Home ଜିଲ୍ଲା ପରିକ୍ରମା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗାଁ ଗାଁ ବୁଲିଲା ଶିକ୍ଷା ସଚେତନତା ରଥ

ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗାଁ ଗାଁ ବୁଲିଲା ଶିକ୍ଷା ସଚେତନତା ରଥ

8

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଶିକ୍ଷା ସଚେତନତା ରଥ ବିଭିନ୍ନ ପଞ୍ଚାୟତ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରାଇଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣା ବାଧ୍ୟତାମୂଳକ ଶିକ୍ଷାକୁ ବଳିଷ୍ଠ ଓ ସାର୍ବଜନୀନ କରିବା ପାଇଁ ଶିକ୍ଷା ସଚେତନତା ରଥ ପରିକ୍ରମା କରିଥିଲା । ଏହି ରଥକୁ ବିଭିନ୍ନ ଅଞ୍ଚଳରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗତ ୯ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ସଚେତନତା ରଥ ବାହାରି ତିହିଡ଼ି ବ୍ଲକର ୩୧ ପଞ୍ଚାୟତର ଥିବା ୧୯ କ୍ଲଷ୍ଟର ୨୩୭ଟି ସ୍କୁଲ ପରିକ୍ରମା କରିଥିଲା । ଏହି ରଥକୁ ବିଭିନ୍ନ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷାବିତ୍‌ମାନେ ପୁଷ୍ପମାଲ୍ୟ ଓ ଧୂପଦୀପ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ରଥ ପହଞ୍ôଚବା ପରେ ଅନେକ ବିଦ୍ୟାଳୟରେ ୬ରୁ୧୨ ବର୍ଷର ସମସ୍ତ ଶିଶୁ ବିଦ୍ୟାଳୟକୁ ଆଣି ପାଠ ପଢ଼ାଇବା ପାଇଁ ଶପଥ କରିଥିଲେ । ଏହି ସଚେତନତା ରଥ ପରିକ୍ରମା କରିବାରେ ବ୍ଲକ ଶିକ୍ଷାଧିକାରୀ ଗୟାଧର ପରିଡ଼ା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ବିଆରସିସି ଦାମୋଦର ଜେନା, ଏବିଇଓ ଲକ୍ଷ୍ମୀପ୍ରିୟା ମାଝୀ, ରତ୍ନାକର ସାହୁଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.