Home ଜିଲ୍ଲା ପରିକ୍ରମା ପଂଚୁଟିକ୍ରି ପଂଚାୟତରେ ମୋ ଦେଶ ମା ମାଟି କାର୍ଯ୍ୟକ୍ରମ

ପଂଚୁଟିକ୍ରି ପଂଚାୟତରେ ମୋ ଦେଶ ମା ମାଟି କାର୍ଯ୍ୟକ୍ରମ

21

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ପଂଚୁଟିକ୍ରି ପଂଚାୟତରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମା ଧାମରାଇ ମଣ୍ଡଳ ର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଂଚୁଟିକ୍ରି ପଂଚାୟତର ସମସ୍ତ ଘରକୁ ଘର ବୁଲି ମାଟି ସଂଗ୍ରହ କରିଥିଲେ । ଏହି ମାଟି ସଂଗ୍ରହ ସମୟରେ ଜାତି ବର୍ଣ ଦଳ ନିର୍ବିଶେଷରେ ସମସ୍ତ ମହିଳା ମାନେ ନିଜ ତୁଳସି ଚଉରା ମୂଳରୁ ମାଟି ଆଣି ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ଭଦ୍ରକ ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାର,ମା ଧାମରାଇ ମଣ୍ଡଳର ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନ,ନିତ୍ୟାନନ୍ଦ ବାରିକ, ସନାତନ ନାୟକ, ସଞୟ କୁମାର ରାଉତ, ସୁଶାନ୍ତ ବାରିକ ,ଅଭୟ ବାରିକ, ଚଗୁଲୁ ସେଠୀ, ଗଣେଷ ମହାଳିକ, ସୁବାଶ ମହାଳିକ, ଶଶିକାନ୍ତ ମହାଳିକ, ନରେନ୍ଦ୍ର ମହାଳିକ, ନିତ୍ୟାନନ୍ଦ ସାହୁ, ଅନନ୍ତ ସାହୁ, ଗୌତମ ବଳ, ବିଜୟ ବେହେରା, ନନ୍ଦ କିଶୋର ସାହୁ ଙ୍କ ସହ ବହୁ ଯୁବ ବନ୍ଧୁ ମାନେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.