Home ଜିଲ୍ଲା ପରିକ୍ରମା ମୋ ସ୍କୁଲ ଅଭିଯାନ ଯୋଜନା, ପୀରହାଟ ହାଇସ୍କୁଲରେ ନୂତନ ସମ୍ମିଳନୀ କକ୍ଷର ଶିଳାନ୍ୟାସ

ମୋ ସ୍କୁଲ ଅଭିଯାନ ଯୋଜନା, ପୀରହାଟ ହାଇସ୍କୁଲରେ ନୂତନ ସମ୍ମିଳନୀ କକ୍ଷର ଶିଳାନ୍ୟାସ

8

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପିରହାଟ ଶାନ୍ତି ଶୈଳେନ୍ଦ୍ର(ପିଏସଏସ) ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ଯୋଜନାରେ ଏକ ନୂତନ ସମ୍ମିଳନୀ କକ୍ଷର ଗୁରୁବାର ଶିଳାନ୍ୟାସ ହୋଇଯାଇଛି । ଏହି କକ୍ଷକୁ ତିହିଡ଼ି ବିଡିଓ ଜ୍ୟୋତିର୍ମୟ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିବା ଅବସରରେ କହିଥିଲେ ଯେ, ସରକାରଙ୍କର ମୋ ସ୍କୁଲ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନା ମାଧ୍ୟମରେ ସ୍କୁଲ ମାନଙ୍କର ବିକାଶ ହୋଇପାରିବ । ମୋ ସ୍କୁଲ ଅଭିଯାନରେ ଏହି ସମ୍ମିଳନୀ କକ୍ଷ ନିର୍ମାଣ ପାଇଁ ୨୯.୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେଥିମଧ୍ୟରୁ ଆଲୁମୁନି କମିଟି ୯ଲକ୍ଷ ଟଙ୍କା ସ୍କୁଲକୁ ଦେଇଥିବା ବେଳେ ଅବଶିଷ୍ଟ ସରକାରଙ୍କ ପକ୍ଷରୁ କକ୍ଷ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଏହି ଶିଳାନ୍ୟାସ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ, ଆଲମୁନି କମିଟି ସଭାପତି ଗଗନ ବିହାରୀ ରାଉତ, ସରପଞ୍ଚ ପ୍ରଭାତ କୁମାର ମିଶ୍ର, ଏମଜିଏନଆରଇଜିଏସ ସହକାରୀ ସୁଧାଂଶୁ ନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶୈଳେନ୍ଦ୍ର ନାୟକ, ମଦନମୋହନ ମହାକୁଡ, ଅନାଦି ଚରଣ ଦାସ, ଗୋପିନାଥ କର, ମଥୁରାମୋହନ ବେହେରା, ହିମାଦ୍ରୀ ମିଶ୍ର, ବିଜୟ ରାଉତ, ସୁକାନ୍ତ ବଳ, ଆର୍ତ୍ତବଲ୍ଲଭ ବାରିକ, ମୁକ୍ତିକାନ୍ତ ମହାନ୍ତି ଉପସ୍ଥିତ ଥିବା ବେଳେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.