Home ଜିଲ୍ଲା ପରିକ୍ରମା ଶିକ୍ଷକ, ଶିକ୍ଷୟତ୍ରୀ ସମନ୍ୱୟ ବୈଠକ

ଶିକ୍ଷକ, ଶିକ୍ଷୟତ୍ରୀ ସମନ୍ୱୟ ବୈଠକ

47

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାଜନ୍ଦ୍ରେପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକ, ଶିକ୍ଷୟତ୍ରୀ ସମନ୍ୱୟ ସମିତି ବୈଠକ ବଡକଣ୍ଟାପଡା ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଞ୍ଜୁବାଳା ନାୟକ, ସମ୍ମାନିତ ଅତିଥି ଭାବେ ଏବିଇଓ ଉମେଶ ଚନ୍ଦ୍ର ଜେନା, ବିଆରସିସି ଅକ୍ଷୟ କୁମାର ଜେନା, ଧାମନଗର ଏବିଇଓ ମଞ୍ଜୁଳା ନାୟକ, ସିଆରସିସି କୈଳାସ ସାମଲ, ଅଶୋକ କୁମାର ରାଉତ, ଝୁନାରାଣୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ଯୋଗଦେଇଥିବା ପ୍ରାକ୍ତନ ବିଇଓ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲଶ । ଏହି ଅବସରରେ ଅବସରଗ୍ରହଣ କରିଥିବା ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମହୀଲତା ସାହୁ, ପ୍ରଧାନଶିକ୍ଷକ ଶଶାଙ୍କ ଶେଖର ସାହୁ, ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ, ଶିକ୍ଷୟତ୍ରୀ ସରୋଜିନୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଲୋକନାଥ ମହାପାତ୍ର ଅତିଥି ପରିଚୟ ଓ ଶିକ୍ଷକ ତପନ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.