Home କେନ୍ଦୁଝର ଟାଟା ଆସପେୟାର ପକ୍ଷରୁ ଅଣଆବାସିକ ଶିକ୍ଷାସେତୁ ପାଠ୍ୟକ୍ରମ ଉଦଘାଟିତ

ଟାଟା ଆସପେୟାର ପକ୍ଷରୁ ଅଣଆବାସିକ ଶିକ୍ଷାସେତୁ ପାଠ୍ୟକ୍ରମ ଉଦଘାଟିତ

38

ହାଟଡ଼ିହି, ୨୨ /୧୨/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଶିକ୍ଷାର ବିକାଶ ଦିଗରେ ଉନ୍ନତି ଆଣିବା ସହ ଆଥଁôକ ଅଭାବ ଅନାଟନ ଯୋଗୁଁ ଶିକ୍ଷାଲାଭରୁ ବଞ୍ଚିତ ହେଉଥିବା ପିଲାମାନଙ୍କୁ କିପରି ଶିକ୍ଷା ପ୍ରଦାନ କରିହେବ ସେନେଇ ଟାଟା ଆସପେୟାର ପକ୍ଷରୁ ଏକ ନିଆରା ପ୍ରୟାସ ଗ୍ରହଣ କରାଯାଇଛି । ହାଟଡିହି ବ୍ଲକ ଶାଳଣିଆଁ କ୍ଲଷ୍ଟରର ଡଅଁର ପଞ୍ଚାୟତର ସରଳା ମୁଣ୍ଡାସାହି ଓ ଅଁରା ପଞ୍ଚାୟତର ଅଁରା ମୁଣ୍ଡାସାହି ଠାରେ ଅଣ ଆବାସିକଶିକ୍ଷାସେତୁ ପାଠ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁର୍ବତନ ସମିତିସଭ୍ୟ ଜାଲିଆ ମୁଣ୍ଡା, ୱାର୍ଡସଭ୍ୟା ମଞ୍ଜୁଲତା ସେଠୀ, ଚନ୍ଦ୍ରମଣୀ ମାଝୀ, ଗୋଲାପ ମାଝୀ, ଶାଳଣିଆଁ କ୍ଲଷ୍ଟରର ସିଏଫ ବିପିନି ବିହାରୀ କୁଅଁର, ଏଲ.ଏଫ ମଧୁସ୍ମିତା ବାରିକ ପ୍ରମୁଖ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ଦୁଇଟି ସାହିରେ ଅଧାରୁ ପାଠପଢ଼ା ଛାଡି ଶିଶୁ ଶ୍ରମିକ ଭାବେ କାମ କରୁଥିବା ୫୦ରୁ ଉର୍ଦ୍ଧ ଶିଶୁଙ୍କୁ ଠାବ କରାଯାଇ ସେମାନଙ୍କୁ ଏନ.ଆର.ବି.ସି ଦ୍ୱାରା ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଯାଇଛି । ଏହି ଆଦିବାସୀ ପିଲାମାନଙ୍କୁ ଶିକ୍ଷାଦାନ ଲାଗି ଆସପେୟାର ପକ୍ଷରୁ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅବସରରେ ଶିଶୁ ଶ୍ରମିକ ଉଚ୍ଛେଦ, ବାଲ୍ୟ ବିବାହ ରୋକିବା ଲାଗି ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । ଡଅଁର ଜିପିସିଏମ ଲିପିନ ରାଉତ, ସ୍ନିଗ୍ଧା ମହାନ୍ତି, ଏଲଇପି ଶିକ୍ଷକ ଶେଷଦେବ ବାରିକ, ଏନଆରବିସି ଶିକ୍ଷକ ରୋଜାଲିନ ଜେନା, ମାମିନା ସାହୁ, ରାଜଲକ୍ଷ୍ମୀ ବେହେରା, ତପସ୍ୱିନୀ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.