Home ଜିଲ୍ଲା ପରିକ୍ରମା ଶିକ୍ଷକ ପଦ୍ମନାଭ ପାଢ଼ୀଙ୍କ ସ୍ମୃତିଚାରଣ ସଭା

ଶିକ୍ଷକ ପଦ୍ମନାଭ ପାଢ଼ୀଙ୍କ ସ୍ମୃତିଚାରଣ ସଭା

14

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାନୁଗଞ୍ଜସ୍ଥିତ ଦିବ୍ୟମ ପରିସରରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ତରଫରୁ ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରହିତରେ ଓ ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ମହାପାତ୍ରଙ୍କ ସଂଚାଳନରେ ମହାସଂଘର ବରିଷ୍ଠ ଉପଦେଷ୍ଟା ସ୍ୱର୍ଗତ ପଦ୍ମନାଭ ପାଢ଼ୀ ଓ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ନ ବିଖ୍ୟାତ କବି ପଦ୍ମଶ୍ରୀ ସ୍ୱର୍ଗତ ଜୟନ୍ତ ମହାପାତ୍ର ବିୟୋଗରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବସନ୍ତ କୁମାର ନାୟକ, କୈଳାଶ ଚନ୍ଦ୍ର ପଣ୍ଡା, ମନୀନ୍ଦ୍ର ମହାନ୍ତି,ଶାନ୍ତନୁ ରାଉତ ବିଚିତ୍ରାନନ୍ଦ ମହାନ୍ତି,ଶଶୀକାନ୍ତ ପାଢ଼ୀ ସୁଧାକର ରାଉତ, ଦିଲ୍ଲୀପ ନାୟକ ଭାଗବତ ତ୍ରିପାଠୀ,ଉପଦେଷ୍ଟା ଅଜୟ କୁମାର ନାୟକ, ରଙ୍ଗବଲ୍ଲଭ ଜେନା, ରାଧାରାଣୀ ମହାପାତ୍ର ,କୋଷାଧକ୍ଷ ବିଜୟ ସେନାପତି, କାର୍ଯ୍ୟକାରୀ ସଭାପତି ପଦ୍ମନ ରାୟ ଦିବଂଗତ ଆତ୍ମାଙ୍କର ନିରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରିଥିଲେ, ସ୍ୱର୍ଗତ ପାଢ଼ୀ ଶିକ୍ଷକ ବୃତ୍ତିରୁ ଅବସର ପରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଖୁବ ଚଳଚଞ୍ଚଳ ଥାଇ ଭଦ୍ରକର ବିଭିନ୍ନ ଅନୁଷ୍ଠାନ ସହ ଜଡିତଥିଲେ, ୮୯ ବର୍ଷ ବୟସରେ ବାର୍ଦ୍ଧକ୍ୟ ହେତୁ ଗତ ସୋମବାର ସନ୍ଧ୍ୟା ସମୟରେ ଭଦ୍ରକସ୍ଥିତ ବାସଗୃହରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ, ତାଙ୍କର ସାନପୁଅ ଦୀପ୍ତିକାନ୍ତ ପାଢ଼ୀ ବାପାଙ୍କର ରହିଯାଇଥିବା ଅଧୁରାକାର୍ଯ୍ୟକୁ ପୂରଣ କରିବାକୁ ଉକ୍ତ ସଭାରେ ପ୍ରକାଶ କରି ସମସ୍ତ ବରିଷ୍ଠ ମାନଙ୍କ ଆଶୀର୍ବାଦ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.