Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ରକ୍ଷା ବନ୍ଧନ ଉତ୍ସବ

ଗାନ୍ଧୀ ବାଳାଶ୍ରମରେ ରକ୍ଷା ବନ୍ଧନ ଉତ୍ସବ

8

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ବାଳାଶ୍ରମ ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ନିଆରା ଢ଼ଙ୍ଗରେ ପାଳନ ହୋଇଯାଇଛି । ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍‌ର ଅବସ୍ଥାନ କରୁଥିବା କୁନି କୁନି ଭଉଣୀ ମାନେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ । ଏହି ଅବସରରେ ବାଳାଶ୍ରମର ସମ୍ପାଦକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବରିଷ୍ଠ ସଦସ୍ୟ ନବୀନ ଚନ୍ଦ୍ର ସାହୁ, ଫେଲୋସିପ୍‌ର କାଉନ୍‌ସିଲର ରଶ୍ମି ରେଖା ଜେନା ଓ ଗୃହମାତା ମୁସ୍ତରୀ ବେଗମ୍ ଅତିଥି ଭାବରେ ଯୋଗ ଦେଇ ଗାନ୍ଧୀ ବାଳାଶ୍ରମ ଦ୍ୱାରା ଆୟୋଜନ କରାଯାଇଥିବା ନିଆରା ଉତ୍ସବକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହି ଦିବସର ଆଧ୍ୟାତ୍ମିକ ରହସ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ରକ୍ଷା ବନ୍ଧନ ହେଉଛି ଭାଇ ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ସମ୍ପର୍କର ପ୍ରତୀକ ପର୍ବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରେ ବାଳାଶ୍ରମର ସଙ୍ଗୀତ ଗୁରୁ ରାମ ନାରାୟଣ ପଣ୍ଡାଙ୍କ ତତ୍ୱାବଧାନରେ ଅନ୍ତେବାସୀ ପିଲାମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ସଭାକୁ ବାଳାଶ୍ରମର ସମସ୍ତ କର୍ମକର୍ତାଗଣ ପରିଚାଳନା କରିଥିବା ବେଳେ ଶେଷରେ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ବାଳାଶ୍ରମ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.