Home କେନ୍ଦୁଝର ଶିକ୍ଷକ ଦଶରଥ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଶିକ୍ଷକ ଦଶରଥ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

108

ହାଟଡିହି- ୨୪ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ)  ହାଟଡିହି ବ୍ଲକ ରଘୁନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶାଳକଣିଆଁର ସହକାରୀ ଶିକ୍ଷକ ଦଶରଥ ବେହେରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଷେଣ୍ଢଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନାସଭାରେ ମୁଖ୍ୟ ଅତିଥି ଭାବେ ବିଇଓ କ୍ଷୀରୋଦ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥି ଭାବେ ଏବିଇଓ ଧନେଶ୍ୱର ଖଣ୍ଡେଇ, ସୁରେଶ କୁମାର ଜେନା, ମଞ୍ଜୁଲତା ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ମଲ୍ଲିକ , ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ଆନନ୍ଦ ଚନ୍ଦ୍ର ବେହେରା, ସିଆରସିସି ଜତିବ୍ରତ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜିବନୀ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ , ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବେଲବନ୍ଧ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ମଣ୍ଟୁ ଜେନା, ଅନୁରାଧା ରାମ, ପ୍ରୀୟଙ୍କା ସାହୁ, ଅନନ୍ତ ଚରଣ ବାରିକ, ଗୌରାଙ୍ଗ ଖିଲାର, ଖଗେଶ୍ୱର ସେଠୀ, ଅଜୟ ରାଉଳ, ନିର୍ମଳ ଭଟ୍ଟାଚାର୍ଯ୍ୟ, ସନ୍ଧ୍ୟାରାଣୀ ପେରେଇ, ହରେକୃଷ୍ଣ ଦାସ, ଅମୁଲ୍ୟ ଜେନା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.