Home କେନ୍ଦୁଝର ଅଁରା କୁକୁଡା ବିବାଦକୁ ନେଇ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତର ଆତ୍ମସମର୍ପଣ

ଅଁରା କୁକୁଡା ବିବାଦକୁ ନେଇ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତର ଆତ୍ମସମର୍ପଣ

37

ହାଟଡ଼ିହି-୨୪/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଁରା ଗ୍ରାମର ବହୁଚର୍ଚ୍ଚିତ ଆନନ୍ଦ ନାୟକ ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିବା ଉମାକାନ୍ତ ଖଣ୍ଡେଇ ଗତ ସୋମବାର ଦିନ କୋର୍ଟରେ ଆତ୍ମସମର୍ପଣ କରିବାପରେ ପୁଲିସ ତାକୁ ରିମାଣ୍ଡରେ ନେଇ ତଦନ୍ତ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି । ଗତ ବର୍ଷ ନଭେମ୍ବର ମାସ ୨୦ତାରିଖ ଦିନ ଅଁରା ଗ୍ରାମରେ ବାଡିରେ କୁକୁଡା ପସିବାକୁ ନେଇ ବିବାଦର ସମାଧାନ ଚାଲିଥିବାବେଳେ ଗୋଷ୍ଠୀ ସଂଘର୍ଷ ଘଟି ଆନନ୍ଦ ନାୟକ ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିଲା । ଏନେଇ ଆନନ୍ଦଙ୍କ ପତ୍ନୀ ନନ୍ଦିପଦା ଥାନରେ ଗ୍ରାମର ବିଜନ ବେହେରା, ବାମନ ବେହେରା, ବିକନ ବେହେରା, ଉମାକାନ୍ତ ଖଣ୍ଡେଇ, ସୁକାନ୍ତ ନାୟକ ପ୍ରମୁଖ ପିଟି ପିଟି ମାରିଦେଇଥିବା ନେଇ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଥାନା କେସନଂ୧୫୧/୨୦ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପୁର୍ବରୁ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ବାବନ ବେହେରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.