Home କୋରାପୁଟ ମହାତ୍ମାଗାନ୍ଧିଙ୍କ ଓଡିଶା ଗସ୍ତର ଶହେ ବର୍ଷ ପୂର୍ତି ଅବସରରେ ନାଟକ ଗାନ୍ଧିଙ୍କ ଓଡିଶା ପ୍ରଦର୍ଶିତ

ମହାତ୍ମାଗାନ୍ଧିଙ୍କ ଓଡିଶା ଗସ୍ତର ଶହେ ବର୍ଷ ପୂର୍ତି ଅବସରରେ ନାଟକ ଗାନ୍ଧିଙ୍କ ଓଡିଶା ପ୍ରଦର୍ଶିତ

61

କୋରାପୁଟ  ୨୪-୦୩(ଓଡିଆ ପୁଅ /ରଂଜନ ଦାସ) ମହାତ୍ମାଗାନ୍ଧିଙ୍କ ଓଡିଶା ଗସ୍ତର ଶହେ ବର୍ଷ ପୂର୍ତି ଅବସରରେ ଓଡିଆ ଭାହା ,ସାହିତ୍ୟ ଓ ସଂସ୍‌ୃତି ବିଭାଗ ଓଡିଶା  ଆନୁକୁଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଓ ଲେଖକ ଶଙ୍କର ତ୍ରୀପାଠୀଙ୍କ ଦ୍ୱାରା ରଚିତ ନାଟକ ଗାନ୍ଧିଙ୍କ ଓଡିଶା କୋରାପୁଟ ସାଂସ୍କୃତିକ ପରିଷଦର କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଯାଇଛି ।ଏହି ନାଟକକୁ ଶିବ ପ୍ରସାଦ ରଥ ନିର୍ଦ୍ଦେଶନା ଦେଇଥିବା ବେଳେ ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ମଂଚ ପରିଚାଳନା କରିଥିଲେ ।କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ,ଅବସରପ୍ରାପ୍ତ  ପ୍ରଧାନଶିକ୍ଷକ ଉମାକାନ୍ତ ଦାସ ,ପରିଷଦର ପ୍ରଥମ ସଭାପତି ଗୈାରୀ ପ୍ରସାଦ ରଥ , ପୂର୍ବତନ ସଭାପତି ରାମ ପ୍ରସାଦ ରାମ ପ୍ରସାଦ ସରାଫ ,କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ଓ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଶିବ ଶଙ୍କର ପଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ।ନାଟକରେ ଅମୂଲ୍ୟରତ୍ନ ନନ୍ଦ ,ବୃନ୍ଦାବନ ବେହେରା ,କାଳୀ ପ୍ରସାଦ ଦାସ ,ଦୁର୍ଗା ପ୍ରସାଦ ରଥ ,ରାଜେନ୍ଦ୍ର ମାଝି ,ଡମ୍ବୁଧର ନାୟକ ,ରାମଚନ୍ଦ୍ର ନାୟକ ,ଜିତେନ୍ଦ୍ର କୁଳଦୀପ ,ମନୋଜ କୁମାର ଖୋସ୍ଲା ,ପ୍ରମୋଦ କୁମାର ପଣ୍ଡା ,ଏ.ବସନ୍ତ ରାଓ ,ସୁନୀଲ କୁମାର ,ମୁନା ହିଆଲ ,ମୁନୁ ମହାନ୍ତି ,ବୁଲୁ ରଥ ,ଚାନ୍ଦିନୀ ,ଜୟନ୍ତୀ  ଓ ଶ୍ରୀନିବାସ ପ୍ରମୁଖ ଅଭିନୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.