Home ଜିଲ୍ଲା ପରିକ୍ରମା ଶିକ୍ଷକ କାହ୍ନୁଚରଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଶିକ୍ଷକ କାହ୍ନୁଚରଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

16

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଓଳା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ କାହ୍ନଚରଣ ଜେନାଙ୍କୁୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟ ପରିସରରେ ବୁଧବାର ପନଖା ସରକାରୀ ଉପ୍ରାବିଦ୍ୟାଳୟ ପ୍ରଧାନଶିକ୍ଷକ ବସନ୍ତ କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ସ୍ଥାନୀୟ ଶିକ୍ଷା ସଂଯୋଜକ ଝୁନୁରାଣୀ ସ୍ୱାଇଁ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବି.ଆର.ସି.ସି. ଅକ୍ଷୟ କୁମାର ଜେନା, ରାଜେନ୍ଦ୍ରପୁର ଶିକ୍ଷାସଂଯୋଜକ କୈଳାସ ସାମଲ ମୁଖ୍ୟବକ୍ତା, ଶିକ୍ଷକ ରାଧେଶ୍ୟାମ ମଲ୍ଲିକ, ପସନ୍ନ କୁମାର ନାୟକ, ଧନେଶ୍ୱର ଜେନା, ମନୋରଞ୍ଜନ ରାଉତ, ଦେବାଶିଷ ଧଳ ପ୍ରସନ୍ନ କୁମାର ରାଉତ, ଶିକ୍ଷୟତ୍ରୀ ରଶ୍ମିତା ଘଡାଇ, ବାସନ୍ତି ମହାପାତ୍ର, ଅନୁପମା ପଣ୍ଡା, ସୁକାନ୍ତି ଜେନା, ଓଳା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଛବିରାଣୀ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଆଦର୍ଶ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଅବସରକାଳୀନ ନିରାମୟ ଜୀବନ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାସିନି ସାହୁ, ଦିଲ୍ଲିପ ସାହୁ, ଅମୂଲ୍ୟନିଧି ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଓଳା ଅଙ୍ଗନଓ୍‌ବାହି କର୍ମୀ ଇନ୍ଦୁମତୀ ବେହେରା ଧନ୍ୟବାଦ ଦେଇଥିଲେ। ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.