Home ଜିଲ୍ଲା ପରିକ୍ରମା ଆଗରପଡ଼ା ବଜାରରେ କୋଟପା ଚଢ଼ଉ

ଆଗରପଡ଼ା ବଜାରରେ କୋଟପା ଚଢ଼ଉ

22

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ କୋଟପା ଆଇନ୍ କାର୍ଯ୍ୟାନ୍ୱୟନ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଧରପଗଡ଼ କାର୍ଯ୍ୟକ୍ରମ ଜାରି ରହିଛି। ପୂର୍ବ ପ୍ରସ୍ତୁତ ଯୋଜନା ଅନୁଯାୟୀ ଆଜି ଆଗରପଡ଼ା ବଜାରରେ ଦୋକାନ ମାନଙ୍କରେ ଚଢ଼ଉ କରାଯାଇ ବିକ୍ରିୟ କରାଯାଉଥିବା ନିଷିଦ୍ଧ ତମାଖୁ ଜାତୀୟ ଗୁଟଖା ସିଗାରେଟ୍ ଆଦି ଜବତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୧୯ ଜଣ ଆଇନ୍ ଉଲଂଘନକାରୀଙ୍କ ଠାରୁ ୩ ହଜାର ୬ଶହ ଟଙ୍କା ଜରିମାନା ବାବଦ ଆଦାୟ କରାଯାଇଛି। ଏହି ଧରପଗଡ଼ ସ୍କ୍ୱାଡ଼ରେ ଆଗରପଡ଼ା ପୋଲିସ ସବ୍‌ଇନିସ୍‌ପେକ୍ଟର, ଅବକାରୀ ନିରୀକ୍ଷକ, ଏପିଡ଼େମୋଲୋଜିଷ୍ଟ ଡା କାଶୀନାଥ ପଣ୍ଡା, ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ କୁମାର ରାଉତ ଓ ସଂପୃକ୍ତ ବିଭାଗୀୟ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.