Home ଓଡ଼ିଶା ଶିକ୍ଷକଙ୍କ ବଗିଚାରେ ଫୁଟିଲା ତିନୋଟି ବ୍ରହ୍ମକମଳ ଫୁଲ

ଶିକ୍ଷକଙ୍କ ବଗିଚାରେ ଫୁଟିଲା ତିନୋଟି ବ୍ରହ୍ମକମଳ ଫୁଲ

739

ବାଲିଗୁଡା ୨୧-୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହିର ଗାୟତ୍ରୀ ନଗର ନିବାସୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଘର ବାରି ବଗିଚାରେ ଗୁରୁବାର ସନ୍ଧ୍ୟା ୭ଟା ବେଳେ ତିନୋଟି ବ୍ରହ୍ମକମଳ ଫୁଲ ଫୁଟି ଥିବାରୁ ସେ ଖୁସି ହୋଇ ସ୍ନାନ କରି ଫୁଲ ଗୁଡିକୁ ତୋଳିବା ସହ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ନିଜ ପରିବାର ସହ ପହଁଚି ପୂଜକ ମହେଶ୍ୱର ପଣ୍ଡାଙ୍କୁ ପ୍ରଦାନ କରିବା ପରେ ଏହି ଫୁଲ ଗୁଡିକୁ ବଳଭଦ୍ର, ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କୁ ଲାଗି କରିଥିଲେ। ଏଭଳି ଫୁଲ ବିରଳ ହୋଇ ଥିବା ବିଷୟ ଶୁଣିବା ପରେ ଶ୍ରୀ ବେହେରା ଆଗ୍ରହ ହୋଇ ମନ୍ଦିରକୁ ଆସିବା ସହ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀ ବେହେରା କହିଛନ୍ତି ଯେ, ସେ ଜଣେ ଜଗନ୍ନାଥଙ୍କ ପରମ ଭକ୍ତ ସବୁବେଳେ ମନ୍ଦିରକୁ ଯାଇଥାନ୍ତି, ଏଣୁ ଏହି ଫୁଲକୁ ବଗିଚାରେ ପାଇବା ଓ ଜଗନ୍ନାଥଙ୍କୁ ସମର୍ପଣ କରି ନିଜକୁ ମୁଁ ଧନ୍ୟମନେ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.