Home ଓଡ଼ିଶା ହଷ୍ଟେଲରୁ ନାବାଳିକା ଛାତ୍ରୀ ଫେରାର, ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ବାପା

ହଷ୍ଟେଲରୁ ନାବାଳିକା ଛାତ୍ରୀ ଫେରାର, ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ବାପା

1030

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ କଳାଛାତ୍ରୀ ହଷ୍ଟେଲରେ ରହୁଥିବା ସମୟରେ ଫେରାର ହେବା ନେଇ ଟାଉନ ଥାନା ପୁଲିସର ଟାଳଟୁଳ ନୀତିକୁ ବିରୋଧ କରି ଛାତ୍ରୀଙ୍କ ବାପା ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଯେ ତିହିଡ଼ି ଥାନା ଅନ୍ତର୍ଗ ନୂଆସାହି ଗ୍ରାମର ନାବାଳିକା ଛାତ୍ରୀ ଭଦ୍ରକ କେଲଜରେ ଯୁକ୍ତ ୨ ପ୍ରଥମ ବର୍ଷ କଳାରେ ଭର୍ତ୍ତି ହୋଇ ହଷ୍ଟେଲରେ ରହୁଥିଲେ। ହଷ୍ଟେଲରୁ ସେ ଗତ ୩ ତାରିଖରେ ଅପରାହ୍ନ ୪ଟାରୁ ନିଖୋଜ ହୋଇଯାଇଥିଲେ। ଏ ଖବର ନାବାଳିକାଙ୍କ ବାପା ପାଇବା ପରେ ସେ ବହୁତ ଖୋଜାଖୋଜି କରି ତାଙ୍କ ଝିଅକୁ ତାଙ୍କର ଗ୍ରାମର ଶ୍ରୀଧର ମଲ୍ଲକିଙ୍କ ପୁତ୍ର ଶଶୀକାନ୍ତ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିଥିବା ଜାଣିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସେ ଟାଉନ ଥାନାରେ ଗତ ୫ ତାରିଖରେ ଅଭିଯୋଗ କରିବା ପରେ ପୁଲିସ ଆଜି ଖୋଜିବା କାଲି ଖୋଜିବା କହିବା ସହିତ ମୋବାଇଲ ଟ୍ରାକିଂ କରି ସେମାନଙ୍କ ଅବସ୍ଥିତି ଜାଣି ସୁଦ୍ଧା ସେମାନଙ୍କୁ ଉଦ୍ଧାର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଯାହା ଫଳରେ ବାଧ୍ୟ ହୋଇ ନାବାଳିକାଙ୍କ ବାପା ଆଜି ଏସ୍ପିଙ୍କୁ ଭେଟି ତୁରନ୍ତ ତାଙ୍କ ଝିଅକୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି। ଏସପି ରାଜେଶ ପଣ୍ଡିତ ଏହାର ତଦନ୍ତ କରି ଝିଅକୁ ଉଦ୍ଧାର କରିବେ ବୋଲି ପ୍ରତିଶୃତି ଦେଇଛନ୍ତ୍ି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.