Home କେନ୍ଦୁଝର ଶିକାର କରିବାକୁ ଯାଇ ଜଣେ ଶୀକାରୀ ଗିରଫ

ଶିକାର କରିବାକୁ ଯାଇ ଜଣେ ଶୀକାରୀ ଗିରଫ

30

ହାଟଡିହି, ୩ /୧୧ (ଓଡିଆପୁଅ /ବିକାଶ ବିଶ୍ୱାଳ) ହଦଗଡ ହସ୍ତୀ ଅଭୟାରଣ୍ୟ ଭିତରକୁ ଶୀକାର କରିବାକୁ ଯାଇ ଜଣେ ଶିକାରୀ ଗିରଫ ହୋଇଥିବାବେଳେ ଅନ୍ୟ ୪ଜଣ ଫେରର ହୋଇଯାଇଥିବା ଜଣାଯାଇଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ପଇତାପାଣି ଅଞ୍ଚଳର ୫ଜଣ ବ୍ୟକ୍ତି ଧନୁତୀର ସହ କିଛି ବାରୁଦ ନେଇ ଶୀକାର କରିବାକୁ କାଠକଟା ଜଂଗଲକୁ ଯାଇଥିଲେ । ଜଂଗଲରେ ଲାଗିଥିବା ସିସିଟିଭି କ୍ୟାମେରାରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ସେମାନେ ଫେରିବା ବାଟରେ ଜଂଗଲ ବିଭାଗର କର୍ମଚାରୀମାନେ ତାଙ୍କୁ ଧରିବାକୁ ଚେଷ୍ଟା କରିବାରେ ୪ଜଣ ଖସି ପଳାଇବାରେ ସକ୍ଷମ ହୋଇଥିବାବେଳେ ପଇତାପାଣି ଗ୍ରାମର ମାର୍କଣ୍ଡ ଓଝାକୁ ଧରିବାରେ ସକ୍ଷମ ହୋଇଥିଲେ । ଏନେଇ ଏକ ମାମଲା ରୁଜୁ କରାଯିବା ସହିତ ଗତକାଲି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ସୁମିତ କୁମାର ମହାନ୍ତି ସୁଚନା ଦେଇଛନ୍ତି । ଏସିଏଫ ସୁରେଶ ଚନ୍ଦ୍ର ସେଠୀ ମାମଲାର ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.