Home କେନ୍ଦୁଝର କନିଷ୍ଠ ଶିକ୍ଷକ ମାନଙ୍କୁ ପାରିତୋଷିକ ବୃଦ୍ଧି ଦାବିରେ ବିଇଓଙ୍କୁ ଦାବିପତ୍ର

କନିଷ୍ଠ ଶିକ୍ଷକ ମାନଙ୍କୁ ପାରିତୋଷିକ ବୃଦ୍ଧି ଦାବିରେ ବିଇଓଙ୍କୁ ଦାବିପତ୍ର

31

ହାଟଡିହି, ୩ /୧୧ (ଓଡିଆପୁଅ /ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ କନିଷ୍ଠ ଶିକ୍ଷମ ମାନଙ୍କ ପାରିତୋଷିକ ବୃଦ୍ଧି ଦାବିରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିିଓଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକ କନିଷ୍ଠ ଶିକ୍ଷକ ସଂଘ ହାଟଡିହି ପକ୍ଷରୁ ତିନିଦଫା ଦାବି ସମ୍ବଳିତ ଏହି ଦାବିପତ୍ରରେ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ଲାଗୁ ହେଉଥିବାବେଳେ କନିଷ୍ଠ ଶିକ୍ଷକ ମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖା ଯାଉଛି । ଆଜିର ଏହି ମାହାଙ୍ଗା ଯୁଗରେ ମାତ୍ର ୬୫୧୨ଟଙ୍କାରେ ଘରଠାରୁ ବହୁ ଦୁରଦୁରାନ୍ତରେ ଚାକିରିକରି ନିଜର ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡୁଛି । ଫଳରେ ଶିକ୍ଷକ ମହଲରେ ନୈରାଶ୍ୟଭାବ ଖେଳିଯାଇଛି । କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଅତିକୁଶଳୀ (ତାଲିମପ୍ରାପ୍ତ) ହୋଇଥିବାରୁ ସର୍ବନିମ୍ନ ୧୬ହଜାରଟଙ୍କା ଦରମା ସହିତ ୨୦୧୬ ପିଛିଲା ତାରିଖରୁ ଏହାକୁ ଲାଗୁ କରିବାପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ସେହିପରି ଓଡିଶା ବର୍ଗ-ଗ (ଚୁକ୍ତିନାମା ନିୟମ ୨୦୧୩) ଅଧିନସ୍ଥ କର୍ମଚାରୀଙ୍କ ପାଇଁ ଗତ ୧୧/୧୦/୨୦୨୧କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତିର ସମସ୍ତ ସୁବିଧା ସୁଯୋଗ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯିବା ସହିତ ଚିକ୍ତିନାମା ନିୟମ ୨୦୧୩କୁ ମଧ୍ୟ ଲାଗୁ କରାଯାଉ ବୋଲି ଦାବି କରିଛନ୍ତି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ପବିତ୍ର କୁମାର ବାରିକ, ସମ୍ପାଦକ ରବି ନାରାୟଣ ପଲେଇ, ସୁମନ୍ତ କୁମାର ନାୟକ, ସନାତନ ବାରିକ, ତୁଷାରକାନ୍ତ ନାୟକ, ଦିଲିପ କୁମାର ରାଉଳ,ଅର୍ପିତା ଅପରାଜିତା ମିଶ୍ର, ମୋନାଲିସା ନାୟକ, ସୁଜାତା ପାତ୍ର, ନିକିତା ପ୍ରୀୟଦର୍ଶନୀ ଖିଲାର, ସୁଶ୍ରୀ ସଂଗୀତା ନାୟକ, ସୁଚିସ୍ମିତା ମିଶ୍ର, ତୃପ୍ତୀମୟୀ ସେଠୀ, ସ୍ୱର୍ଣ୍ଣଲତା ସାହୁ, ଜଗଦିା ଜେନାଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.