Home ଓଡ଼ିଶା ଶାସ୍ତ୍ରୀ ଓ ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ

ଶାସ୍ତ୍ରୀ ଓ ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ

129

ପୁରୀ, ୨୮/୮- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ଶାସ୍ତ୍ରୀ ଓ ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଶାସ୍ତ୍ରୀ ପରୀକ୍ଷା ରେ ୧୩୫ ଗୋଟି ବିଶ୍ୱବିଦ୍ୟାଳୟ ର ୪୪୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେହିପରି ଉପଶାସ୍ତ୍ରୀ ପରୀକ୍ଷା ୧୨୧ ଟି ପରୀକ୍ଷା କେନ୍ଦ୍ର ରେ ହୋଇଥିବା ବେଳେ ସମୁଦାୟ ୮୭୫୧ ଜଣ ପରୀକ୍ଷା ଦେଇଥିଲେ। ଶାସ୍ତ୍ରୀ ବା +୩ ପରୀକ୍ଷା ରେ ପାସ୍ ହାର ୭୬.୭୪ ପ୍ରତିଶତ ରହିଛି। ସେହିପରି ଉପଶାସ୍ତ୍ରୀ ବା +୨ ବିଭାଗ ରେ ପାସ୍ ହାର ୮୨.୮୮ ପ୍ରତିଶତ ରହିଛି। ଶାସ୍ତ୍ରୀ ବିଭାଗରେ ୧୦ ଟି ବିଭାଗର ୧୦ ଜଣ ଟପରଙ୍କ ନାମ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଅଭୈତ ବେଦାନ୍ତ ରେ ରାକେଶ ଶତପଥି, ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟ ଧର୍ମଶାସ୍ତ୍ର ରେ ବିଶ୍ୱଜିତ ସାମଲ, ଅନନ୍ତ ନାରାୟଣ, ସଂସ୍କୃତ କଲେଜ ଆୟତପୁର କେନ୍ଦ୍ରାପଡା, ସର୍ବଦର୍ଶନ ପ୍ରତିମା ଦତ୍ତ, ଶ୍ୟାମସୁନ୍ଦର ସଂସ୍କୃତ କଲେଜ ଭୋଗରାଇ ବାଲେଶ୍ୱର, ଜ୍ୟୋତିଷ ଶାସ୍ତ୍ର ରାଜଲକ୍ଷ୍ମୀ ପତି ରାମଧୀନ ସଂସ୍କୃତ କଲେଜ ବରମପୁର, କର୍ମକାଣ୍ଡ ଫନିଭୂଷଣ ମିଶ୍ର ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ପୁରୀ, ନ୍ୟାୟ ଶ୍ରୀନୀବାସ ପ୍ରଧାନ ରଘୁନାଥ ସଂସ୍କୃତ ମହାବିଦ୍ୟାଳୟ ବ୍ରାହ୍ମଣ ଅଲନ୍ଦିଆ ପୁରୀ, ପୁରାଣ ରଶ୍ମିତା ମଲିକା ରାମଧୀନ ସଂସ୍କୃତ ମହାବିଦ୍ୟାଳୟ ବରମପୁର। ଉପରୋକ୍ତ ଛାତ୍ରଛାତ୍ରୀମାନେ ଚଳିତ ଶାସ୍ତ୍ରୀ ପରୀକ୍ଷା ରେ ବିଭିନ୍ନ ସମ୍ମାନବିଷୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସାହିତ୍ୟରେ ସୁଚିଶ୍ମିତା ପାଣିଗ୍ରାହୀ ସୁକଦେଇ ସଂସ୍କୃତ ମହାବିଦ୍ୟାଳୟ ବିରଂଚି ପୁର ବାଲେଶ୍ୱର, ବେଦ ରେ ସାର୍ଜନ ରାଉଲ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ନୂଆପଡା, ବ୍ୟାକରଣ ରାଜଲକ୍ଷ୍ମୀ ଦାସ ଚିନ୍ତାମଣୀ ସଂସ୍କୃତ ମହାବିଦ୍ୟାଳୟ ଫତେପୁର ବାଲେଶ୍ୱର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.