Home ଓଡ଼ିଶା କେବେ ଖୋଲିବ ଶ୍ରୀମନ୍ଦିର ? ଭକ୍ତ ପାଇବେ ଦର୍ଶନ

କେବେ ଖୋଲିବ ଶ୍ରୀମନ୍ଦିର ? ଭକ୍ତ ପାଇବେ ଦର୍ଶନ

61

ପୁରୀ, ୨୮/୮- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ୍‌୧୯ କଟକଣା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ଦେବାଦେବୀ ମନ୍ଦିରକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଦୀର୍ଘ ୫ ମାସ ରୁ ଅଧିକ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିପାରି ନାହାଁନ୍ତି। କେବେ ଖୋଲିବ ଓ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଜିଉ ମାନଙ୍କ ଦର୍ଶନ ପାଇବେ ସେହି ଚିନ୍ତାରେ ଅଛନ୍ତି ଶ୍ରଦ୍ଧାଳୁ ଭକ୍ତ। ରଥଯାତ୍ରା ଠାରୁ ଆରମ୍ଭ କରି ସମସ୍ତ ଯାନିଯାତ୍ରା ଓ ସମସ୍ତ ନୀତିକାନ୍ତି ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ ପାଇଁ ବ୍ୟାକୁଳ ଭାବେ ଅନାଇ ବସିଛନ୍ତି। ଯେଉଁ ସିଂହ ଦ୍ୱାର ଦିନେ ଭକ୍ତମାନଙ୍କର କୋଳାହଳରେ ପୁରି ରହିଥିଲା ଆଜି ତାହା ଖାଁ ଖାଁ ଲାଗୁଛି। ଭକ୍ତମାନଙ୍କର ଦର୍ଶନ ପାଇଁ ସିଂହଦ୍ୱାର ଠାରୁ ଭିତରକୁ ଯିବା ପାଇଁ ଧାଡି ଦର୍ଶନ ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆଜି ସିଂହଦ୍ୱାର ଠାରେ ଥିବା ବ୍ୟାରିକେଡ ପଛରେ ଛିଡା ହୋଇ ଶ୍ରଦ୍ଧାଳୁ ଭକ୍ତ ମାନେ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି। କେବେ ସିଂହଦ୍ୱାର ପୁଣି ଚଳଚଂଚଳ ହୋଇଉଠିବ ତାହାହିଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନଦିନ ନୀତିକାନ୍ତି ପୂର୍ବରୁ ଯେପରି ହେଉଥିଲା ଆଜି ମଧ୍ୟ ତାହା ହେଉଛି ଏବଂ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରୁ ମଧ୍ୟ ଅବଡା ବାହାରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.