Home ଓଡ଼ିଶା ଜୟବିଜୟ ଦ୍ୱାର ଓ କଳାହାଟ ଦ୍ୱାରରେ ରୂପା ଛାଉଣୀ ହେବ

ଜୟବିଜୟ ଦ୍ୱାର ଓ କଳାହାଟ ଦ୍ୱାରରେ ରୂପା ଛାଉଣୀ ହେବ

68

ପୁରୀ, ୨୮/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିର ସିଂହଦ୍ୱାର, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ଭିତର ଆଉ ବାହାର ରତ୍ନ ଭଣ୍ଡାର ଦ୍ୱାର, ଉତର ଦ୍ୱାର, ଦକ୍ଷିଣ ଦ୍ୱାର, ପଶ୍ଚିମ ଦ୍ୱାର ନୂତନ କରି ନିର୍ମାଣ ହେବ। ଏହି ସବୁ ଦ୍ୱାର ଗୁଡିକ ବର୍ମାଟିକ କାଠ ରେ ନିର୍ମାର୍ଣ ହେବ। ଏହା ଦୀର୍ଘସ୍ଥାୟୀ ହେବ ବୋଲି ଜଣାଯାଇଛି। ସମସ୍ତ ଦ୍ୱାର ରେ ରୂପା ଚାଦର ଲଗାଯିବ। ଏହି ଚାଦର ର ମୋଟ୍ଟେଇ ୧୪ ରୁ ୧୮ ଗର୍ଜ ରହିବ। ଏହାକୁ ଦୃଷ୍ଟି ରେ ରଖି ବିଚାର କୁ ନିଆଗଲେ ପ୍ରତ୍ୟେକ ଦ୍ୱାର ରେ ପାଖାପାଖି ୧ କ୍ୱିଂଟାଲ ରୂପା ଲାଗିବ। ଏଥିରେ ବ୍ୟବହୃତ ହେବାକୁ ଥିବା ରୂପା କୁ ଜଣେ ଦାତା ଦେବା ପାଇଁ ସହମତି ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ରୂପା ତଥା ଅର୍ଥ ଏହି ସବୁ ଦ୍ୱାର ନିର୍ମାଣ ରେ ଲାଗିବ ନାହିଁ ବୋଲି ଜଣାଯାଇଛି। ରାଜସ୍ଥାନ ର ଜୟପୁର କାରିଗର ମାନେ ଏହି ସବୁ ଦ୍ୱାର ର ଡିଜାଇନ କରିବେ। ଉକ୍ତ ଡିଜାଇନ ଉପରେ ପ୍ରାରମ୍ଭିକ ପ୍ରଶାସନିକ ବିଚାର ବିମର୍ଶ ଚାଲିଛି। ଦ୍ୱାର ନିର୍ମାର୍ଣ ର ରୂପରେଖ ଚୂଡାନ୍ତ ହେବା ପାଇଁ ୭, ୮ ଦିନ ଲାଗିଯାଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ର ରୁ ଜଣାଯାଇଛି। ଜିଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଉପମୁଖ୍ୟ ପ୍ରଶାସକ ବଲବନ୍ତ ସିଂ ଦ୍ୱାର ଗୁଡିକ ନୂତନ ନିର୍ମାଣ ର ମୁଖ୍ୟ ତତ୍ୱାବଧାରକ ରହିଛନ୍ତି। ପ୍ରଥମେ ଗର୍ଭଗୃହ ସଲଗ୍ନ କଳାହାଟ ଦ୍ୱାର, ଜଗମୋହନ ସଲଗ୍ନ ଜୟବିଜୟ ଦ୍ୱାର ଓ ମୁକ୍ତିମଣ୍ଡପ ସାମ୍ନା ବେହରଣ ଦ୍ୱାର ନୂତନ କରି ନିର୍ମାଣ କରାଯିବା ସହ ରୂପା ଚାଦର ପଡିବ। ଏହାପରେ ଅନ୍ୟଦ୍ୱାର ଗୁଡିକର ପୁନର୍ନିମାଣ ଓ ରୂପାଚାଦର ଲଗାଯିବା ପାଇଁ ହାତକୁ ନିଆଯିବ। ଗୋଟିଏ ଗୋଟିଏ କବାଟ ର ଉଚ୍ଚତା ୧୪ ଫୁଟ ହୋଇଥିବା ବେଳେ ଦୁଇ ଫାଲର ଚଉଡା ୯ ଫୁଟ। ଏଠାରେ ସୂଚନାଯୋଗ୍ୟ ଯେ, ମହାପ୍ରଭୁ ଙ୍କର ନବକଳେବର ପୂର୍ବରୁ ସିଂହଦ୍ୱାର, କଳାହାଟ ଦ୍ୱାର ଶାଳ କାଠ ରେ ନିର୍ମାଣ କରାଯାଇ ପିତଳ ଚାଦର ଲଗାଯାଇଥିଲା। ଏହି ଦୁଇ ଦ୍ୱାର ପିତଳ ଚାଦର ବଦଳରେ ରୂପା ଚାଦର ଲାଗିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.