Home କେନ୍ଦୁଝର ଶାସଙ୍ଗ ହାଇସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳିତ

ଶାସଙ୍ଗ ହାଇସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳିତ

68

ହାଟଡ଼ିହି,୮/୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ୭୨ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସୁରେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ବିଇଓ ସୁରଥ କୁମାର ସାହୁ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଶିକ୍ଷାବିତ ଭଗବାନ ନାୟକ ପ୍ରମୁଖ ଯୋଗଦେଇ ସ୍କୁଲ ପରିସରରେ ବୃକ୍ଷରୋପଣ କରିବା ସହିତ ବନମହୋତ୍ସବ ପାଳନର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ପରିବେଶ ସୁରକ୍ଷା ଜୀବନ ରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଅତିକମରେ ବର୍ଷରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହିତ ତାର ଯତ୍ନନେଇ ବଡ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଏଥିରେ ଶିକ୍ଷକ ରାଧାକୃଷ୍ଣ ପତି, ନବ କିଶୋର ବିଶ୍ୱାଳ, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ପଦ୍ମନାଭ ପଣ୍ଡା, ଲକ୍ଷ୍ମୀକାନ୍ତ ମିଶ୍ର, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ସତ୍ୟବ୍ରତ ବିଶ୍ୱାଳ, ରମେଶ ନାୟକ, ପର୍ଶୁରାମ ନାୟକ ପ୍ରମୁଖ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.