Home କେନ୍ଦୁଝର ପଣ୍ଡିତ ଉଚ୍ଚବ ଚନ୍ଦ୍ର ପାଢ଼ୀଙ୍କ ପରଲୋକ

ପଣ୍ଡିତ ଉଚ୍ଚବ ଚନ୍ଦ୍ର ପାଢ଼ୀଙ୍କ ପରଲୋକ

36

ହାଟଡିହି-୯ / ୭ / : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ବୟୋଜ୍ୟେଷ୍ଠ ପୂଜକ ପଣ୍ଡିତ ଉଚ୍ଚବ ଚନ୍ଦ୍ର ପାଢ଼ୀଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏ ଅଞ୍ଚଳର ଜଣେ ସୁନାମଧନ୍ୟ ପୁରୋହିତ ଭାବେ ଜଣାଶୁଣା ଥିଲେ । ଗତ ୬ଦିନ ତଳେ ସେ ଶିଖରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବସିଥିବା ବେଳେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଇ ଚିକିିତ୍ସା କରାଯାଉ ଥିବାବେଳେ ଗତ ମଙ୍ଗଳବାର ଦିନ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବାପରେ ସରପଞ୍ଚ ବିମ୍ବାଧର ବିଶ୍ୱାଳ, ସଞ୍ଜୟ ସ୍ୱାଇଁ, ଶାନ୍ତନୁ କୁମାର ରାଉତ, ପ୍ରାଣବଲ୍ଲବ ବିଶ୍ୱାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ପୁଅ ବୈକୁଣ୍ଠ ପାଢ଼ୀ, କରୁଣାକର ପାଢ଼ୀ, ଲକ୍ଷ୍ମୀନାରାୟଣ ପାଢ଼ୀ, ମୋହନ ଚରଣ ପାଢ଼ୀ, ନିତ୍ୟାନନ୍ଦ ପାଢ଼ୀ, ରବିନ ପାଢ଼ୀ, ସନାତନ ପାଢ଼ୀ, ଇଶ୍ୱର ଚନ୍ଦ୍ର ପାଢ଼ୀ, ଚିନ୍ତାମଣୀ ପାଢ଼ୀ, ମାନସ ପାଢ଼ୀ, ବୀରଭଦ୍ର ବିଶ୍ୱାଳ, ଚନ୍ଦନ ଦାସ, ସୁବଳ ଜେନା, ଖଗେଶ୍ୱର ବାରିକ, ବିଜୁ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଓ ବନ୍ଧୁ ପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.