Home କେନ୍ଦୁଝର ଶାସଙ୍ଗ ଛକରୁ ଟ୍ରକ ଚୋରୀ ଅଭିଯୋଗ

ଶାସଙ୍ଗ ଛକରୁ ଟ୍ରକ ଚୋରୀ ଅଭିଯୋଗ

29

ହାଟଡ଼ିହି, ୨ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଶାସଙ୍ଗ ଛକ ନିକଟରୁ ଏକ ଦଶଚକିଆ ଟ୍ରକ ଚୋରୀ ହୋଇଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଶାସଙ୍ଗ ଗ୍ରାମର ରଶ୍ମୀରଞ୍ଜନ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ରକଟିକୁ ସେ ଗତ ୨୭ତାରିଖ ରାତି ୯ଟାବେଳେ ଶାସଙ୍ଗ ଛକରେ ରଖିଦେଇ ଘରକୁ ଯାଇଥିଲେ । ପରଦିନ ସକାଳୁ ଆସି ଦେଖନ୍ତେ ତ ଟ୍ରକଟି ନଥିଲା । ଏନେଇ ସେ ଅନେକ ସ୍ଥାନରେ ଖୋଜାଖୋଜି କରିବାପରେ କୌଣସି ସନ୍ଧାନ ନପାଇବାରୁ ଗତକାଲି ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ କେସନଂ ୧୫୫ ତା ୧/୧୨/୨୦୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.