Home ଅପରାଧ ପୋଲିସ ଓ ଜୁଆଡ଼ିଙ୍କ ସଲାସୁତୁରା, ଅଡ଼ିଓ ଭାଇରାଲ, ନମୋସେନା ପକ୍ଷରୁ ଏସପିଙ୍କ ପାଖରେ ଲିଖିତ ଅଭିଯୋଗ

ପୋଲିସ ଓ ଜୁଆଡ଼ିଙ୍କ ସଲାସୁତୁରା, ଅଡ଼ିଓ ଭାଇରାଲ, ନମୋସେନା ପକ୍ଷରୁ ଏସପିଙ୍କ ପାଖରେ ଲିଖିତ ଅଭିଯୋଗ

36

କେନ୍ଦୁଝର,ତା ୨ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଓ ଦୈତାରୀ ଥାନାର ବିଭିନ୍ନ ସାପ୍ତାହିକ ହାଟ ଗୁଡ଼ିକରେ ପୋଲିସର ଜ୍ଞାନ୍ତରେ ବେଧଡକ ଭାବେ ନିୟମିତ ଜୁଆଖେଳ ଚାଲୁଥିବା ନଜିର ରହିଛି । ସାଧାରଣତଃ ଜୁଆଖେଳ ଓ କୁକୁଡ଼ା ଲଢ଼େଇ ହରିଚନ୍ଦନପୁର, ଭଗାମୁଣ୍ଡା, ଖଡ଼ିବାହାଳୀ, ବ୍ରାହ୍ମଣୀପାଳ, ଭୋକା, ରେବଣା, ରେବଣାପଳାଶପାଳ, ନନ୍ଦରା, ପିଠାଗୋଳା ଭଳି ବିଭିନ୍ନ ସାପ୍ତାହିକ ହାଟରେ ବେଧଡକରେ ଚାଲୁଛି । ମୁଖ୍ୟାକଥା ହରିଚନ୍ଦନପୁର ବ୍ଲକ, ତହସିଲ, ଥାନା କାର୍ଯ୍ୟାଳୟ ପଛପାଖରେ ଚାଲିଛି ବେଧଡକ ଭାବେ ଏହି ବେଆଇନ୍ ଖେଳ । ଏହି ବେଆଇନ୍ ଖେଳ ନିମନ୍ତେ ସାପ୍ତାହିକ ହାଟ ଅନୁସାରେ ପୋଲିସ ସହ ସଲାସୁତୁରା ହୋଇ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଏହାର ଅନୁମତି ନେଇ ଖେଳ ଚଲାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହି ଘଟଣାର ପ୍ରମାଣ ଏବେ ସମଗ୍ର କେନ୍ଦୁଝର ଜିଲ୍ଲାର ବିଭିନ୍ନ ଲୋକଙ୍କ ମୋବାଇଲରେ ଭାଇରାଲ ହେବାରେ ଲାଗିଛି । ଜୁଆଖେଳ କରିବା ପାଇଁ ଖୋଦ୍ ଜଣେ ଜୁଆଡି ଜଣେ ପୋଲିସ ସହ ଏବାବଦରେ ଫୋନ୍ ଯୋଗେ କଥାବାର୍ତ୍ତା ହେଉଥିବା ଅଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ଘୁରି ବୁଲୁଥିବା ଏହି ଅଡିଓ ଅନୁସାରେ ପୋଲିସକୁ ମାସିକିଆ ବଟି ଦେଇ ଗ୍ରାମଞ୍ଚଳ ସାପ୍ତାହିକ ହାଟ ଗୁଡ଼ିକରେ ଜୁଆଖେଳ କରିବାକୁ ପରାମର୍ଶ ଦିଆଯାଉଛି । ଏନେଇ ନମୋସେନା ସଭାପତି ପ୍ରତାପ ରାଉତ କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କୁ ସମସ୍ତ ପ୍ରମାଣ ସହ ଲିଖିତ ଅଭିଯୋଗ କରିଥିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ହରିଚନ୍ଦନପୁର ଥାନା ଭଗାମୁଣ୍ଡା ସାପ୍ତାହିକ ହାଟରେ ଗୋଟିଏ ଗୋଷ୍ଠୀ ଜୁଆଖେଳ କରିବା ପାଇଁ ପୋଲିସ ଠାରୁ ଅନୁମତି ପାଇଥିବା ବେଳେ ଅପରିଗୋଷ୍ଠୀ ଜୁଆଖେଳ କରିବାକୁ କଥାବାର୍ତ୍ତା କରିଥିଲେ । ହରିଚନ୍ଦନପୁର ଥାନାର ଜଣେ ପୋଲିସ କର୍ମଚାରୀ ଜୁଆଖେଳ କରୁଥିବା ବ୍ୟକ୍ତିଙ୍କ ସହ ଫୋନ୍ ଯୋଗେ ଥାନାଠାରୁ ଅନୁମତି ନେଇ ଏହି‌ ଖେଳ କରିବାକୁ ପରାମର୍ଶ ଦେଉଥିଲେ । ଉକ୍ତ ଫୋନରେ କଥାବାର୍ତ୍ତା ହୋଇଥିବା ଅଡିଓ ବର୍ତ୍ତମାନ ବ୍ଲକ ପରେ ଜିଲ୍ଲା ବ୍ୟାପି ଭାଇରାଲ ହୋବାରେ ଲାଗିଛି । ଉକ୍ତ ଭାଇରାଲ ଅଡିଓ ସହ ଜୁଆଖେଳ ଚାଲିଥିବା ସମୟର ଭିଡିଓ ଉତ୍ତୋଳନ କରାଇ ସମସ୍ତ ପ୍ରମାଣ ନମୋସେନା ପକ୍ଷରୁ ଏସ୍‌ପିଙ୍କୁ ଦେଇ ହରିଚନ୍ଦନପୁର ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.