Home କେନ୍ଦୁଝର ଶାସଙ୍ଗରେ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜଳକଳଙ୍ଗ ଚମ୍ପିୟନ

ଶାସଙ୍ଗରେ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜଳକଳଙ୍ଗ ଚମ୍ପିୟନ

26

ହାଟଡ଼ିହି, ୨୭/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାସଙ୍ଗ ଠାରେ ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚରେ ଜଳକଳଙ୍ଗ ବଞ୍ଚୋ ମା ବରାହୀ କ୍ରିକେଟ କ୍ଲବକୁ ୯ରନରେ ପରାସ୍ତକରି ଚମ୍ପିୟାନ ହୋଇଛି । ପ୍ରଥମେ ବ୍ୟାଟିଂକରି ଜଳକଳଙ୍ଗ ନିର୍ଦ୍ଧାରିତ ୫ଓଭରରେ ୨ଉଇକେଟ ହରାଇ ୬୯ରନ କରିଥିଲା । ତାର ଜବାବରେ ବଞ୍ଚୋ ମା ବରାହୀ କ୍ରିକେଟ କ୍ଲବ ମାତ୍ର ୪ଉଇକେଟ ହରାଇ ୬୦ରନ କରିବାକୁ ସମର୍ଥ ହୋଇଥିଲା । ଏହାର ଉଦଘାଟନ ଉତ୍ସବରେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ସମାଜସେବୀ କଳ୍ପତରୁ ସେଠୀ, ଚିତ୍ତରଞ୍ଜନ ପାତ୍ର, ତ୍ରୀଲୋଚନ ସା, ନିତ୍ୟାନନ୍ଦ ପହି ପ୍ରମୁଖ ଅତିôତ ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବଳରାମ ଜେନା, ସନ୍ତୋଷ ଜେନା, ଅଭିମନ୍ୟୁ ସା, ସୁନିଲ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜଗନ୍ନାଥ ପାଢ଼ୀ, ରାଜେନ୍ଦ୍ର ବେହେରା, ଅଚ୍ୟୁତାନନ୍ଦ ରାଉତ ସ୍କୋରର ଏବଂ ସଞ୍ଜୟ ଜେନା, ଆଦର୍ଶ ଅଭିଷେକ ନାୟକ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଶଶିକାନ୍ତ ବିଶ୍ୱାଳ, କୈଳାଶ ସୁବୁଦ୍ଧି ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସୌମ୍ୟ ରଞ୍ଜନ ଆଚାର୍ଯ୍ୟ. ମାନସ ବିଶ୍ୱାଳ, ସତ୍ୟବ୍ରତ ବିଶ୍ୱାଳ, ଜିତନ କୁମାର ରାଉତ, ଅର୍ଜୁନ ଜେନା, ଅପର୍ତ୍ତି ଜେନା, ଜଗନ୍ନାଥ ପାଢ଼ୀ, ମନୋଜ କୁମାର ବିଶ୍ୱାଳ, ବିଜୟ କୁମାର ବିଶ୍ୱାଳ, ଜୟପ୍ରକାଶ ସୁବୁଦ୍ଧି, ସଞ୍ଜୟ କୁମାର ବିଶ୍ୱାଳ, ରୋହିତ ଜେନା, ଚିନ୍ମୟ ଜେନା, ଅଭୟ ଜେନା, ବାରିଜ ସ୍ୱାଇଁ, ହାଡିବନ୍ଧୁ ସୁବୁଦ୍ଧି, ତାପସ କୁମାର ସାହୁ,ଲିମୁନୁ ରାଉତ, ବଳରାମ ଯେନା, ବାପି ଯେନା, ସତ୍ୟବ୍ରତ ସେଠୀ, ଅଭିମାନ ସାହାଣୀ, ରାଜା କୁମାର ଯେନା ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.