Home ଓଡ଼ିଶା ରଣପୁର ବ୍ଲକ କଂଗ୍ରେସର ଆଶାର ଆଲୋକ ସାଜିଲେ ଦିଲ୍ଲୀପ

ରଣପୁର ବ୍ଲକ କଂଗ୍ରେସର ଆଶାର ଆଲୋକ ସାଜିଲେ ଦିଲ୍ଲୀପ

100

ନୟାଗଡ/୧୭/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ କଂଗ୍ରେସ ସଭାପତି ପଦ ଟି ଅନେକ ଦିନ ହେଲା ଖାଲି ରହିଥିଲା । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ରଣପୁର ବ୍ଲକ କଂଗ୍ରେସ ସଭାପତି ଭାବରେ ଆଇନଜିବୀ ତଥା ବାଉଁଶଗଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିଲ୍ଲୀପ ଜେନା ଙ୍କୁ ମନୋନିତ କରିଥିବା ଜଣାପଡିଛି । ଦିଲ୍ଲୀପ ଜେନା ବାଉଁଶଗଡ ପଞ୍ଚାୟତ ର ସରପଞ୍ଚ ଭାବେ କାର‌୍ୟ୍ୟ କରୁଥିଲେ । ରଣପୁର କୋର୍ଟରେ ଓକିଲାତି ମଧ୍ୟ କରୁଥିଲେ । ରଣପୁର ବ୍ଲକ ରେ ଦୀର୍ଘ ୧୫ ବର୍ଷ ହେଲା କଂଗ୍ରେସର ସ୍ଥିତି ଦୁର୍ବଳ ହେବାରେ ଲାଗିଥିଲା । ରଣପୁର ରେ ଅତୀତ ରେ କଂଗ୍ରେସ ଏକ ନମ୍ବର ଥିବା ବେଳେ ବର୍ତମାନ ତୃତୀୟ ସ୍ଥାନ ରେ ପହଂଚିଛି । ଅନେକ କଂଗ୍ରେସ ର ଟାଣୁଆ କର୍ମୀ ମାନେ କିଏ ବିଜେଡି ରେ ମିଶିଛି ତ ଆଉ କିଏ ବିଜେପି ରେ ମିଶିଛି । ଦୀଲ୍ଲିପ ଜେନା ଙ୍କ ବାପା ସ୍ୱର୍ଗତ ସାରଙ୍ଗଧର ଜେନା କଂଗ୍ରେସର ଜଣେ ଟାଣୁଆ କର୍ମୀ ଥିଲେ ।
ଦିଲ୍ଲୀପ ଙ୍କ ମା ତିଳୋତମା ଜେନା କଂଗ୍ରେସ ଦଳ ରୁ ଭୋଟ ପାଇ ୫ ବର୍ଷ ବ୍ଲକ ଉପାଧକ୍ଷ ରହିଥିଲେ । କଂଗ୍ରେସର ଦୁର୍ଦିନ ସମୟରେ ଦୀଲ୍ଲିପ ଜେନା ରଣପୁର ବ୍ଲକ କଂଗ୍ରେସ ର ମଙ୍ଗ ଧରିଥିବା ବେଳେ କଂଗ୍ରେସ ଦଳୀୟ କର୍ମୀ ଙ୍କ ମନରେ ଆଶାର ଆଲୋକ ସଂଚାର ହୋଇଥିବା ଜଣାପଡିଛି । ଯୁବ ନେତା ଦିଲ୍ଲୀପ କଂଗ୍ରେସ ର ମଙ୍ଗ ଧରିଥିବା ରୁ ବିଭିନ୍ନ ମହଲ ରୁ ଉଚ୍ଛୁସିତ ସମ୍ବର୍ଧନା ମିଳୁଥିବା ଜଣାପଡିଛି । କିଛି ବ୍ୟକ୍ତି ବୁଡିବାକୁ ଯାଉଥିବା ଡଙ୍ଗା ର ଯୁବ ନାଉରୀ ବୋଲି କହୁଛନ୍ତି । ସମୟ କହିବ କଂଗ୍ରେସର ଦୁର୍ଦିନ ସମୟରେ ରଣପୁର ବ୍ଲକ ମଙ୍ଗ ଧରିଥିବା ଯୁବନେତା ଦିଲ୍ଲୀପ ଜେନା କଂଗ୍ରେସ ଛାଡିଥିବା କର୍ମୀ ମାନଙ୍କୁ କିପରି ସଂଗଠିତ କରିପାରୁଛନ୍ତି । ଆଗକୁ ରଣପୁର ଏନ୍‌.ଏ.ସି. ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ପାଖେଇଲାଣି । ସମୟ କହିବ କଂଗ୍ରେସ ତା ପୁର୍ବ ସ୍ଥିତି କୁ ଫେରୁଛି ନା ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.