Home ଓଡ଼ିଶା ଶାଶୁ ବ୍ୟାଙ୍କ ଖାତା ରୁ ବୋହୂ ଜାଲ୍ ଦସ୍ତଖତ ରେ ଉଠାଇଥିବା ଟଙ୍କା ଶାଶୁ କୁ...

ଶାଶୁ ବ୍ୟାଙ୍କ ଖାତା ରୁ ବୋହୂ ଜାଲ୍ ଦସ୍ତଖତ ରେ ଉଠାଇଥିବା ଟଙ୍କା ଶାଶୁ କୁ ପ୍ରଦାନ

138

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୭- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ହରିହରପୁର ଗ୍ରାମର ବୃଦ୍ଧା ମୀନା କୁମାରୀ ନାୟକ ଙ୍କ ଷ୍ଟେଟ ବ୍ୟାଙ୍କ କମାଗୁରୁ ଖାତା ରୁ ଜାଲ ଦସ୍ତଖତ ରେ ୧ଲକ୍ଷ ୨୦ ହଜାର ଟଙ୍କା ତାଙ୍କ ବୋହୁ ପୁଷ୍ପଲତା ନାୟକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇଲା ପରେ ତତ୍‌କାଳୀନ ଚାନ୍ଦପୁର ଥାନା ଅଧିକାରୀ ବିଳମ୍ବ କରିବାରୁ ଅଭିଯୋଗକାରିଣୀ ମୀନା କୁମାରୀ ନାୟକ ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାନ୍ତ କଟାରିଆ ଙ୍କୁ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କୁ ଭିତ୍ତି କରି ଚାନ୍ଦପୁର ଥାନା ନିରୀକ୍ଷକ ଙ୍କ ଠକେଇ ଟଙ୍କା ଉଦ୍ଧାର କରିବା ପାଇଁ ନୟାଗଡ ଆରକ୍ଷୀ ଅଧିକ୍ଷକ  ଚାନ୍ଦପୁର ଥାନା କୁ ନିର୍ଦେଶ ଦେଇଥିଲେ ।

ଉପ ନିରୀକ୍ଷକ ଅଞ୍ଜଳି ସା ଠକେଇ ହୋଇଥିବା ମାମଲା ର ତଦନ୍ତ କରି ଠକେଇ ଟଙ୍କା ଉଦ୍ଧାର କରି ମୀନା କୁମାରୀ ନାୟକ ଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ମୀନା କୁମାରୀ ନାୟକ ଙ୍କ ପୁଅ ନିରଞ୍ଜନ ନାୟକ ୧୮ ବର୍ଷ ତଳେ ପୁଷ୍ପଲତା ନାୟକ ଙ୍କୁ ବିବାହ କରିଥିଲେ । ୫ ବର୍ଷ ତଳେ ମୀନା କୁମାରୀ ଅସୁସ୍ଥ ହେବାରୁ ବୋହୁ ପୁଷ୍ପଲତା ଶାଶୁ ଙ୍କ ସେବା କରିବାକୁ ମନାକରି ବାପ ଘରକୁ ଚାଲି ଯାଇଥିଲେ । ପୋଲିସ ରେ ଯୈାତୁକ ଜନିତ ମାମଲା ରୁଜୁ କରି ସ୍ୱାମୀ ନିରଞ୍ଜନ କୁ ଜେଲ ପଠାଇ ଥିଲେ । ଇତି ଅବସର ରେ ପୁଷ୍ପଲତା ଶାଶୁ ଘର ତାଲା ଭାଙ୍ଗି ହରିହରପୁର ରେ ରହି ଘରେ ଥିବା ୬ ଲକ୍ଷ ଟଙ୍କା ନେଇଯିବା ସହ କମାଗୁରୁ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଖାତା ନେଇଯାଇ ଥିଲେ । ପୋଲିସ ୧ ଲକ୍ଷ ୨୦ ହଜାର ଟଙ୍କା ଉଦ୍ଧାର କରିଥିବା ବେଳେ ଟଙ୍କା ଜାଲ କରି ଉଠାଇ ଥିବା ବୋହୂ ପୁଷ୍ପଲତା କୁ ଗିରଫ ନକରିବା ଓ ଘରୁ ନେଇଥିବା ୬ ଲକ୍ଷ ଟଙ୍କା ଉଦ୍ଧାର ନକରିବା କୁ ମୀନା କୁମାରୀ ତାଙ୍କୁ ନ୍ୟାୟ ମିଳୁନଥିବା କଥା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.