Home ଜିଲ୍ଲା ପରିକ୍ରମା ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

78

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିକଟ ଅତୀତରେ ବାତ୍ୟା ଅମ୍ଫାନ ଭଦ୍ରକ ଜିଲ୍ଲାରେ ପ୍ରଭୁତ କ୍ଷତି ଘଟାଇ ଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳ । ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ନିମନ୍ତେ ଆଜି କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଧାମରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ଦଳରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ପ୍ରକାଶ, ସିଆର୍‌ଓପିଏସ୍‌ର ସହକାରୀ କମିଶନର ଡ. ସୋମନାଥ ଅଗାସିମଣି, ମତ୍ସ୍ୟ ମନ୍ତ୍ରାଳୟର ସହକାରୀ କମିଶନର ଏସ. କେ. ରଥ ଏବଂ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ଆର୍‌.ଓ. ବି.ଏନ୍ ସହାୟ ଗସ୍ତ କରିଥିଲେ । ସେମାନଙ୍କୁ ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ୧୬ ନମ୍ବର ଜାତୀୟ ରାଜପଥର ଜାମୁଝାଡି ଠାରେ ରିସିଭ କରି ଧାମରା ନେଇଥିଲେ । ସେଠାରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସେମାନଙ୍କୁ ସ୍ୱାଗତ କରିଥିଲେ । ପରେ ଡ. ଦାସଙ୍କ ଅଧ୍ୟକ୍ଷତାରେ ଧାମରା ବନ୍ଦର ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଥିଲା । ପରେ ଏହି ପ୍ରତିନିଧି ଦଳ ଧାମରାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଦେଖିଥିଲେ । ଦୋସିଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଭାଙ୍ଗିଥିବା ଘର ଗୁଡିକ ବୁଲି ଦେଖିଥିଲେ । ଜୟଦୁର୍ଗା ପାଟଣା ଗ୍ରାମରେ ବିଦ୍ୟୁତ କ୍ଷୟକ୍ଷତି ଆକଳନ କରିଥିଲେ । ଏହି ଗସ୍ତ ବେଳେ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ (ସା) ଶ୍ୟାମଭକ୍ତ ମିଶ୍ର, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.