Home କେନ୍ଦୁଝର ଶାଳଣିଆଁ ସ୍କୁଲରେ ଚାଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

ଶାଳଣିଆଁ ସ୍କୁଲରେ ଚାଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

272

ହାଟଡ଼ିହି-୨୧/୪, କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାର ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିବାବେଳେ ସ୍ୱାସ୍ତ୍ୟ ବିଭାଗ ପକ୍ଷରୁ ମଧ୍ୟ ବାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଶାଳଣିଆଁ ଗୋଷ୍ଠୀ ଚିକିତ୍ସାକେନ୍ଦ୍ର ପକ୍ଷରୁ ଶାଳଣିଆଁ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲାଯାଇ ରୋଗୀ ମାନଙ୍କ ଜ୍ୱର, ଥଣ୍ଡା, କାଶ ଆଦି ରୋଗର ଚିକିତ୍ସା କରାଯାଉଛି ବୋଲି ଭାରପ୍ରାପ୍ତ ମୁଖ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ସୁଚନା ଦେଇଛନ୍ତି । ସୁଚନାଯୋଗ୍ୟ ଯେ କରୋନା ରୋଗର ଲକ୍ଷଣ ଜ୍ୱର, ଥଣ୍ଡା, କାଶ ଆଦି ହୋଇଥିବାବେଳେ ଏହି ରୋଗୀମାନେ ଯେପରି ଅନ୍ୟ ଲୋକମାନଙ୍କ ସଂଷ୍ପର୍ଶରେ ନଆସନ୍ତି ସେଥିପାଇଁ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇ ସେହି ସବୁ ରୋଗୀ ମାନଙ୍କୁ ଏଠାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ପଡୋଶୀ ଜିଲ୍ଲା ଭଦ୍ରକ, ଯାଜପୁର କରୋନା ସଂକ୍ରମଣଙ୍କ ସଖ୍ୟା ବଢ଼ିଚାଲିଥିବାବେଳେ ହଟଷ୍ପଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ର୍ସ୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ଏ.ଏନ.ଏମ, ଆଶା, ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଘରଘର ବୁଲି ସର୍ଭେ କରାଯାଇ ଥଣ୍ଡା ଜ୍ୱର, କାଶ ତାଲିକା ପ୍ରସ୍ତୁତି ସହିତ ବାହାରୁ ଫେରି ଥିବା ସମସ୍ତଙ୍କ ତାଲିକା ପ୍ରସ୍ତୁତି କରାଯାଉଛି ବୋଲି ଡାକ୍ତର ନାୟକ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.