Home କେନ୍ଦ୍ରାପଡ଼ା ଜୋୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପୈାରାଚଂଳ ଗରୀବ ଦିନମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବଂଟନ

ଜୋୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପୈାରାଚଂଳ ଗରୀବ ଦିନମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବଂଟନ

143

କେନ୍ଦ୍ରାପଡା ୨୧/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ପୈାରାଚଂଳ ଅନ୍ତର୍ଗତ ପୋଷ୍ଟ ଅଫିସଲେନର ଜୋୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରାସନକାର୍ଡରୁ ବଂଚିତ ଗରୀବ ଦିନମଜୁରିଆ ତଥା ଦଳିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଜୋୟା ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ମହମ୍ମଦ ଅର୍ସଦ ଅଲ୍ଲୀଙ୍କ ନେତୃତ୍ୱରେ ମଙ୍ଗଳବାର ସକାଳେ ସ୍ଥାନୀୟ ସବରେଜିଷ୍ଟ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ପୈାରାଚଂଳର ଏହି ଗରୀବ ଲୋକମାନଙ୍କୁ ଚୁଡା, ଚିନି, ବିସ୍କୁଟ ଓ ସାବୁନ ପ୍ରଭୃତି ବଂଟନ କରାଯାଇଛି। ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ଭାରତୀୟ ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘର ଡେପୁଟୀ ଜେନେରାଲ ସେକ୍ରେଟାରୀ ସ୍ୱାଧୀନ ଦାଶ, ଆଇନଜୀବି ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ଗରୀବ ଲୋକମାନଙ୍କୁ ଖାଦ୍ୟ ପୁଡିଆ ଓ ସାବୁନ ବଂଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଯୁବ ବନ୍ଧୁ ମହମ୍ମଦ ଅଜମଦ ଅଲ୍ଲୀ, ଗୋଲାମ ମହମ୍ମଦ ଖାନ, ପ୍ରଦୀପ୍ତ ବେହେରା, ସାନୱାଜ ଖାନ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଲକଡାଉନ ଥିବା ପର୍ଯ୍ୟନ୍ତ ପୈାରାଚଂଳର ବିଭିନ୍ନ ଅଚଂଳରେ କରାଯିବ ବୋଲି ଟ୍ରଷ୍ଟର ସଭାପତି ମହମ୍ମଦ ଅଲ୍ଲୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.