Home କେନ୍ଦୁଝର ଭଦ୍ରକ ଲିଙ୍କ ସନ୍ଦେହରେ ରତକଣା ଓ ଡଅଁରରୁ ୧୦ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା

ଭଦ୍ରକ ଲିଙ୍କ ସନ୍ଦେହରେ ରତକଣା ଓ ଡଅଁରରୁ ୧୦ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା

343

ହାଟଡ଼ିହି-୧୧/୪, ଭଦ୍ରକ କରେନା ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ହାଟଡିହି ବ୍ଲକର ୧୦ଜଣଙ୍କ ସ୍ୱାବଟେଷ୍ଟ ପାଇଁ ଆଜି ପ୍ରଶାସନ ପକ୍ଷରୁ ସେମାନଙ୍କୁ କେନ୍ଦୁଝର ନିଆଯାଇଛି । ଭଦ୍ରକ କୁଶଗଡିଆର କରୋନା ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ରତକଣା ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପରିବାରର ଅନ୍ୟ୬ସଦସ୍ୟଙ୍କୁ ଗତକାଲିଠାରୁ ହୋମ କ୍ୱାରେଣ୍ଟାଇନରେ ରଖା ଯାଇଥିବାବେଳେ ପରୀକ୍ଷାପାଇଁ କେନ୍ଦୁଝର ନିଆଯାଇଥିବାବେଳେ ଅନ୍ୟଜଣେ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ଡଅଁର ଗ୍ରାମର ୩ଜଣଙ୍କୁ ସ୍ୱାବଟେଷ୍ଟ ପାଇଁ ଆଜି ସକାଳୁ କେନ୍ଦୁଝରକୁ ନିଆଯାଇଛି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀଦଳ ଆଜି ରତକଣାରେ ପହଞ୍ଚି ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ସେମାନଙ୍କୁ କେନ୍ଦୁଝର ପଠାଇଥିଲେ । ସହକାରୀ ଜିଲ୍ଲାପାଳ ସୋନାଲ କୁମାର ଜେନା, ହାଟଡିହି ବିଡିଓ ଜୟଦେବ ଦାସ ପ୍ରମୁଖ ରତକଣା କ୍ୱାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରିବାସହ ସେଠାରେ ରହୁଥିବା ସନ୍ଦିଗ୍ଧ ମାନଙ୍କ ସହ ଆଲୋଚନା କରି ଭଲମନ୍ଦ ପଚାରି ବୁଝିଥିଲେ । ଅନ୍ୟପକ୍ଷରେ ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନାର ପ୍ରକୋପ ବଢ଼ିଚାଲିଥିବାରୁ ଉଭୟ ଜିଲ୍ଲାର ସୀମାକୁ ସିଲ କରାଯାଇଛି । ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ସୀମାରାସ୍ତାକୁ ବସନ୍ତିଆ ନିକଟରେ ସିଲ କରାଯାଇଥିବା ବେଳେ ହାବଳେଶ୍ୱର ଓ ରତକଣା ଗାଁ ଦୁଇଟିକୁ ମଧ୍ୟ ସିଲ କରାଯାଇଛି । ସେହିପରି ଭଦ୍ରକ ଜିଲ୍ଲା ସୀମାନ୍ତ ବଳିପୁର ଗାଁ ନିକଟରେ ସୀମା ସିଲ କରାଯାଇ ନଥିବାରୁ ସେହିବାଟଦେଇ ଭଦ୍ରକ ଓ ଯାଜପୁର ଜିଲ୍ଲାର ଲୋକମାନେ ଯାତାୟତ କରିଚାଲିଛନ୍ତି । ଭଦ୍ରକ , ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦୁଝର ଜିଲ୍ଲା ସୀମାନ୍ତ ହାଟଡିହି ବ୍ଲକ ପ୍ରଶାସନ ଏଥିପ୍ରତି ଅଧିକ ସଜାଗ ହେବା ଆବଶ୍ୟକ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.