Home କେନ୍ଦୁଝର ଶାଳଣିଆଁ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ଓ ମିଶ୍ରଣପର୍ବ

ଶାଳଣିଆଁ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ଓ ମିଶ୍ରଣପର୍ବ

56

ହାଟଡ଼ିହି-୨୯/୩, (ଓଡିଆପୁଅ / ବିକାଶ ବିଶ୍ୱାଳ)ଶାଳଣିଆଁ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ବଳଭଦ୍ର ବାରିକ ଓ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ମନୀଷା ଚିନ୍ମୟୀ ବେହେରା, ରାଷ୍ଟୟୀୟ କିଷାନ ମୋର୍ଚ୍ଚାର ଉପାଧ୍ୟକ୍ଷ ମହେଶ୍ୱର ସାହୁ, ଆନନ୍ଦପୁର ବିଧାନସଭାର ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ରାମଚନ୍ଦ୍ର ସାହୁ, ଜିଲ୍ଲା ବିଜେପି ଉପସଭାପତି ନିରାକାର ଦଳେଇ, ଜିଲ୍ଲା ସମ୍ପାଦିକା ଅସୀମା ମିଶ୍ର, ଅନୁସୁଚିତ ଜାତି ମୋର୍ଚ୍ଚାର ସଭାପତି ସନ୍ତୋଷ ଯେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ସଂଗଠନକୁ ତୃଣମୁଳ ସ୍ତରରେ ମଜବୁତ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜ୍‌୍ୟାନେନ୍ଦ୍ର ଜେନା ଓ ବିଭୁତି ଜେନାଙ୍କ ନେତୃତ୍ୱରେ ଡଅଁର ପଞ୍ଚାୟତରୁ ହରିହର ପୁହାଣ, ଗୋଲକ ସ୍ୱାଇଁ, ରବିନ୍ଦ୍ର ବେହେରା, ପିତାମ୍ବର ଜେନା, ମାନସ କୁମାର ଜେନା, ହରି ବାରିକ, ଅଭୟ ପହି, ଗୟାଧର ଯେନା, ମୁକ୍ତେଶ୍ୱର ପହି, ଜାଡୁ ଯେନା, ବାଙ୍କୁ ଯେନା, ମୋହନ ନାୟକ, ମୁକୁଲ ଦାସଙ୍କ ସମେତ ଅନେକ ଲୋକ ବିଜେପିରେ ସାମିଲ ହୋଇଥିଲେ । ବିଜେପି ନେତାମାନେ ସେମାନଙ୍କୁ ଦଳୀୟ ଟେପି ସ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.