Home କେନ୍ଦୁଝର ଚକ୍ରତୀର୍ଥରୁ ଫେରିବା ବାଟରେ ଆକ୍ରମଣ, ସୁନାଚେନ ଓ ମୋବାଇଲ ଲୁଟ, ଦୁଇ ବାଇକ ଜବଦ

ଚକ୍ରତୀର୍ଥରୁ ଫେରିବା ବାଟରେ ଆକ୍ରମଣ, ସୁନାଚେନ ଓ ମୋବାଇଲ ଲୁଟ, ଦୁଇ ବାଇକ ଜବଦ

61

ହାଟଡ଼ିହି-୨୯/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହୋଲି ଉପଲକ୍ଷେ ଯାଜପୁର ଅଞ୍ଚଳର କିଛି ଯୁବକ ଚକ୍ରତୀର୍ଥକୁ ବୁଲିବାକୁ ଯାଇ ସେଠାରୁ ଫେରୁଥିବାବେଳେ ତରତରା ଛକ ନିକଟରେ ପୁର୍ବରୁ ଛକି ବସିଥିବା କିଛି ଯୁବକ ସେମାନଙ୍କୁ ଆକ୍ରମଣକରି ତାଙ୍କ ପାଖରୁ ଏକ ମୋବାଇଲ ଓ ସୁନାଚେନ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ଯେ ଯାଜପୁର ଅଞ୍ଚଳର କିଛି ୮ଜଣ ଯୁବକ ଦୁଇଗୋଟି କାରରେ ଚକ୍ରତୀର୍ଥ ବୁଲିବାକୁ ଆସିଥିଲେ । ସେହିପରି ଅନ୍ୟ ଏକ ଗୋଷ୍ଠୀ ଚକ୍ରତୀର୍ଥ ବୁଲିବାକୁ ଯାଇଥିବାବେଳେ ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ସେମାନେ ସେଠାରୁ ପଳାଇଆସି ତରତରା ଛକରେ ଜଗି ବସିଥିବାବେଳେ ଯାଜପୁର ଅଞ୍ଚଳର ପିଲାମାନେ ଫେରୁଥିବା ଗୋଟିଏ କାର ଉପରେ ଆକ୍ରମଣ କରିବାରୁ ଯାଜପୁରର ଜଣେ ଯୁବକ ଆହତ ହୋଇଥିଲେ । ସେମାନଙ୍କ ନିକଟରୁ କାର ଚାବି ଛଡାଇ ନେଇଥିବାବେଳେ ଜଣେ ଯୁବକ ବେକରୁ ଏକ ସୁନାଚେନ, ଗୋଟିଏ ମୋବାଇଲ ଲୁଟିନେଇଥିଲେ । ଏହିସମୟରେ ଯାଜପୁରର ଅନ୍ୟଏକ କାରରେ ଆସୁଥିବା ପିଲାମାନେ ପହଞ୍ଚିଯିବାରୁ ଉକ୍ତ ଯୁବକମାନେ ଛତ୍ରଭଙ୍ଗଦେଇ ଯେଯୁଆଡେ ପଳାିଥିଲେ । ସେମାନେ ଗୋଟିଏ ସ୍କୁଟ ଓ ଗୋଟିଏ ଆଭେଞ୍ଜର ବାଇକ ଛାଡି ପଳାଇଛନ୍ତି । ଖବରପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବା ସହ ବାଇକ ଦୁଇଟିକୁ ଜବଦକରି ଥାନାକୁ ନେଇଛି । ଆକ୍ରମଣ କରିଥିବା ଯୁବକମାନଙ୍କ ଘର ଘସିପୁରା ଥାନା ଅଞ୍ଚଳରେ ଓ ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସାମିଲ ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.