Home କେନ୍ଦୁଝର ଭାଣିଜୀକୁ ଅପହରଣ କଲା ମାମୁଁ

ଭାଣିଜୀକୁ ଅପହରଣ କଲା ମାମୁଁ

205

ହାଟଡ଼ିହି-୨୯/୩, (ଓଡିଆ ପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ସୋସୋ ଥାନା ଅଞ୍ଚଳରେ ତିନୋଟି ସନ୍ତାନର ପିତା ଥିବା ଜଣେ ୨୭ବର୍ଷୀୟ ଯୁବକ ତାର ଭାଣିଜୀକୁ ଅପହରଣ କରିନେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ତିନୋଟି ସନ୍ତାନର ବାପା ହୋଇଥିବା ଏହି ଯୁବକ ଜଣକର ବଡ ଭଉଣୀ ସେହି ଗ୍ରାମରେ ବିଭା ହୋଇଥିଲା । ସେଥିଲାଗି ଯୁବକ ଜଣକ ଅନେକ ସମୟରେ ନିଜ ଭଉଣୀ ଘରକୁ ଯିବା ଆସିବା କରେ । ଯିବା ଆସିବା ଭିତରେ ନିଜ ଭଉଣୀର ବଡା ଯାଆର ୧୭ବର୍ଷୀୟ ଝିଅ ସହିତ ତାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତକାଲି ଯୁବକ ଜଣକ ତାର ଭାଣିଜୀକୁ ନେଇ କେଉଁଆଡେ ଫେରାର ହୋଇଯାଇଛି । ଏନେଇ ପରିବାର ଲୋକେ ଖୋଜାଖୋଜି ଚଳାଇଥିବାବେଳେ ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.