Home କେନ୍ଦୁଝର ଶାଳଣିଆଁ ବ୍ରାଞ୍ଚ କେନାଲ ରାସ୍ତା ଶୋଚନୀୟ, ଲୋକେ ହେଉଛନ୍ତି ହିନସ୍ଥା

ଶାଳଣିଆଁ ବ୍ରାଞ୍ଚ କେନାଲ ରାସ୍ତା ଶୋଚନୀୟ, ଲୋକେ ହେଉଛନ୍ତି ହିନସ୍ଥା

69

ହାଟଡିହି ୨୦ । ୯ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଶାଳଣିଆଁ ବ୍ରାଞ୍ଚ କେନାଲର ପନ୍ଦାଡୋ ଜିରୋ ଠାରୁ ଅଣା ପର‌୍ୟ୍ୟନ୍ତ କେନାଲ ରାସ୍ତା ଶୋଚନୀୟ ହୋଇ ପଡିଛି । ଗତ ୪ବର୍ଷ ତଳେ ଏହି ରାସ୍ତାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପିଚୁ କରାଯାଇଥିବାବେଳେ ତାହା ଉଠିଯିବାପରେ ଏବେ ସମ୍ପୁର୍ଣ୍ଣ ରାସ୍ତାଟି ନାଲିଗୋଡିରେ ପରିପୁର୍ଣ୍ଣ ହୋଇଯାଇଛି । ଏପରିକି ଗତ କିଛିମାସ ପୁର୍ବରୁ ମଠ ଠାରୁ ଆନନ୍ଦପୁର ଭଦ୍ରକ ରାସ୍ତା ପର‌୍ୟ୍ୟନ୍ତ ବିରାଟ ବିରାଟ ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଥିବାବେଳେ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ମରାମତି କରାଯାଇଥିଲା । କିନ୍ତୁ ଦିନ କେଇଟା ଭିତରେ ଯେଉଁ ଖାଲକୁ ସେହି ଖାଲ ହୋଇଯାଇଛି । ଏହି ରାସ୍ତାଟି ଉପରେ କୁଣ୍ଡିସାହି, କପୁଣ୍ଡି, ଖାଣ୍ଟପଦା, ତରାଗାଡିଆ, ପନ୍ଦାଡୋ, ତେନ୍ତୁଲିପଦି ଆଦି ଗ୍ରାମର ଲୋକମାନେ ନିର୍ଭର କରୁଥିବାବେଳେ ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାସ୍ତାଟି ନିର୍ମାଣ ଦିଗରେ ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.