Home କେନ୍ଦୁଝର ହାଟଡିହି ବ୍ଲକରେ ୯ କରୋନା ଆକ୍ରାନ୍ତ, ୩୭୭ରେ ପହଞ୍ଚିଲା ସଂଖ୍ୟା,

ହାଟଡିହି ବ୍ଲକରେ ୯ କରୋନା ଆକ୍ରାନ୍ତ, ୩୭୭ରେ ପହଞ୍ଚିଲା ସଂଖ୍ୟା,

303

ହାଟଡିହି-୨୦/୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ମୋଟ ୧୧୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ହାଟଡିହି ବ୍ଲକର । ଛେନାପଦି ବଜାରରେ ଗୋଟିଏ ପରିବାରର ୩ଜଣ ଆକ୍ରାନ୍ତ ହୋଇଥିବାବେଳେ ସଢ଼ା ପଞ୍ଚାୟତରେ ଜଣେ, ବାଲିବରେଇ ପଞ୍ଚାୟତର ୨ଜଣ, ଇଞ୍ଚୋଳ ପଞ୍ଚାୟତର ଜଣେ ହାଟଡିହି ପଞ୍ଚାୟତର ଜଣେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.