Home ଜିଲ୍ଲା ପରିକ୍ରମା ଭଦ୍ରକରେ ନୂତନ ଆକ୍ରାନ୍ତ ୭୪ ଚିହ୍ନଟ, ସୁସ୍ଥ ହେଲେ ୧୦୪

ଭଦ୍ରକରେ ନୂତନ ଆକ୍ରାନ୍ତ ୭୪ ଚିହ୍ନଟ, ସୁସ୍ଥ ହେଲେ ୧୦୪

46

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୭୫୪ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ୧୦୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜିଲ୍ଳାରୁ ମୋଟ ୭୧ ହଜାର ୨୭୮ ନମୁନା ପରୀକ୍ଷା ପରେ ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୪୪୦୯ । ଏଥିମଧ୍ୟରୁ ସୁସ୍ଥ ହୋଇ ସାରିଛନ୍ତି ୩୬୦୯ଜଣ । ଆଜି ଯେଉଁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବାସୁଦେବପୁର ବ୍ଳକରୁ ୧୨ଜଣ, ବାସୁଦେବପୁର ପୌରପାଳିକାରୁ ୩ଜଣ, ଭଦ୍ରକ ବ୍ଲକରୁ ୧୭ଜଣ, ଭଦ୍ରକ ପୌରପାଳିକାରୁ ୭ଜଣ, ବନ୍ତ ବ୍ଲକରୁ ୨ଜଣ, ଚାନ୍ଦବାଲି ବ୍ଲକରୁ ୧୬ଜଣ, ଚାନ୍ଦବାଲି ଏନ୍‌ଏସିରୁ ୨ଜଣ, ଧାମନଗର ବ୍ଳକରୁ ୨ଜଣ, ତିହିଡି ବ୍ଲକରୁ ୧୧ ଏବଂ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.