Home କେନ୍ଦୁଝର ଶାଳକଣିଆଁ ଦୈତାରୀ ହତ୍ୟାକାଣ୍ଡ ମାମଲା, ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଶାଳକଣିଆଁ ଦୈତାରୀ ହତ୍ୟାକାଣ୍ଡ ମାମଲା, ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

130

ହାଟଡ଼ିହି, ୪ /୭ / : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ କଳିଗାଁ ପଞ୍ଚାୟତ ଶାଳକଣିଆ ଗ୍ରାମରେ ଘଟିଯାଇଥିବା ଦୈତାରୀ ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଅଭିଯୁକ୍ତକୁ ପୁଲିସ ଭୁବନେଶ୍ୱରର ରସୁଲଗଡରୁ ଗିରଫ କରିବାରେ ସଫଳ ହୋଇଛି । ଏହି ହତ୍ୟା ଘଟଣାରେ ଦୁର‌୍ୟ୍ୟୋଧନ ଯେନାଙ୍କ ଅଭିଯୋଗ କ୍ରମେ ପୁଲିସ ୮୮/୨୦୨୧ରେ ଏକ ମାମଲା ରୁଜୁକରି ପୁର୍ବରୁ ଆନନ୍ଦ ଯେନା, ଭଗବାନ ଯେନା, ଗୋପୀନାଥ ଯେନା, ସୁଶାନ୍ତ ଯେନା ପ୍ରମୁଖ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ଗତକାଲି ସହଦେବ ଯେନାଙ୍କୁ ଭୁବନେଶ୍ୱରରୁ ଗିରଫ କରି ନନ୍ଦିପଦା ଥାନାକୁ ଅଣାଯିବାପରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମଦନ ମୋହନ ନାୟକ ସୁଚନା ଦେଇଛନ୍ତି ।
ଏଠାରେ ସୁଚନାଯୋଗ୍ୟ ଯେ ଗ୍ରାମର ଆନନ୍ଦ ଯେନାଙ୍କ ୬ପୁଅ ଥିବାବେଳେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଗତ ଜୁନ ୧୫ତାରିଖ ରାତିରେ ଆନନ୍ଦ ଓ ତାଙ୍କ ପତ୍ନୀ ପଡିଶା ଘରର ଦୈତାରୀପାତ୍ର ଓ ତାଙ୍କ ସାନଭାଇ ଅଶୋକଙ୍କୁ ଡାକି ପିଲାମାନଙ୍କୁ ବୁଝାସୁଝା କରିବାକୁ କହିଥିଲେ । ଦୈତାରୀ ଓ ତାଙ୍କ ସାନଭାଇ ଅଶୋକ ଆନନ୍ଦଙ୍କ ଘରକୁ ଆସି ବୁଝାସୁଝା କରିବା ସହ ବାରମ୍ବାର ଏପରି ପାଟିତୁଣ୍ଡ ଲାଗିବାକୁ ବାରଣ କରିଥିଲେ । ତେବେ ଏଥିରେ ଉତ୍ତ୍ୟେକ୍ତ ହୋଇ ଆନନ୍ଦଙ୍କ ପରିବାର ଲୋକେ ଦୈତାରୀଙ୍କୁ ଆକ୍ରମଣ କରିବାରେ ସେ ଗୁରୁତର ଆହତ ହୋଇଇଥିଲେ । ଏପରିକି ଦୈତାରୀଙ୍କ ସାନଭାଇ ଅଶୋକ ଓ ତାଙ୍କ ସ୍ତ୍ରୀ ବଡଭାଇକୁ ରକ୍ଷା କରିବାକୁ ଆସିଥିବାବେଳେ ସେମାନେ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ । ଗୁରୁତର ଆହତ ଦୈତାରୀଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବାବେଳେ ଗତ ୨୫ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେବାରୁ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । ବର୍ତ୍ତମାନ ସୁଧା ୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ ଆହୁରି ୪ଜଣ ଫେରାର ଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.