Home କେନ୍ଦୁଝର କର୍ତ୍ତବ୍ୟକୁ ପଛରେ ପକାଇ ରକ୍ତଦାନ କଲେ ଯୁବକ

କର୍ତ୍ତବ୍ୟକୁ ପଛରେ ପକାଇ ରକ୍ତଦାନ କଲେ ଯୁବକ

32

ହାଟଡ଼ିହି, ୪ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କର ବିପଜେଟିଭ ରକ୍ତର ଆବଶ୍ୟକତା ସମ୍ପର୍କରେ ଶୁଣି କରଗୋଳା ଗ୍ରାମର ଜଣେ ଯୁବକ ନିଜ କର୍ତ୍ତବ୍ୟକୁ ପଛରେ ପକାଇ ଡାକ୍ତରଖାନା ଯାଇ ରକ୍ତଦାନ କରିଛନ୍ତି । ଖବରରୁ ଜଣାଯାଇଛି ଯେ କରଗୋଳା ଗ୍ରାମର ବାଦଲ କୁମାର ସାହୁ ନାମକ ଜଣେ ଯୁବକ କଲିକତାରେ ଏକ କମ୍ପାନୀରେ କାମ କରନ୍ତି । ସେ ଘରକୁ ଛୁଟିରେ ଆସିଥିବାବେଳେ ଆଜି ୪ଟାବେଳେ ସେ କଲିକତା ଯିବାକୁ ପ୍ରସ୍ତୁତ ଚଲାଇଥିଲେ । କିନ୍ତୁ ଆନନ୍ଦପୁର ଡାକ୍ତରଖାନାରେ ଜଣେ ରୋଗୀଙ୍କର ବି ପଜେଟିଭ ରକ୍ତର ଆବଶ୍ୟକତା ସମ୍ପର୍କରେ ସାମାଜିକ ଗଣମାଧ୍ୟମରୁ ଜାଣିବାପରେ ତାଙ୍କର ବି ପଜେଟିଭ ରକ୍ତ ହୋଇଥିବାରୁ ସେ ତୁରନ୍ତ ଆନନ୍ଦପୁର ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ । ଏପରିକି ତାଙ୍କର ହିମୋଗ୍ଲୋବିନ ମାତ୍ରା କମ ଥିବା ମେଡିକାଲ ରିପୋର୍ଟରେ ଜଣାପଡିବାପରେ ସେ ଏହାକୁ ବିଶ୍ୱାଷ ନକରି ବାହାରେ ପରୀକ୍ଷା କରିବାରୁ ହିମୋଗ୍ଲୋବିନ ପରିମାଣ ଠିକ ଥିବା ଦେଖିଥିଲେ । ପୁନର୍ବାର ଡାକ୍ତରଖାନାକୁ ଆସି ଆଉଥରେ ହିମୋଗ୍ଲୋବିନ ପରିକ୍ଷା କରିବା ପରେ ଯାଇ ରକ୍ତଦାନ କରିବା ପରେ କଲିକତା ଯାଇଛନ୍ତି । ତାଙ୍କର ଏପରି ମହାନ କାର‌୍ୟ୍ୟକୁ ସବୁ ମହଲରେ ପ୍ରସଂଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.