Home କେନ୍ଦୁଝର ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ଉଦଘାଟନ

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ଉଦଘାଟନ

27

ହାଟଡ଼ିହି,୪ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଚନ୍ଦନ ପଣ୍ଡାଙ୍କ ସଂଯୋଜନାରେ ୭୨ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସବୁଜସାଥି କାର‌୍ୟ୍ୟକ୍ରମ ଓ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଇଞ୍ଚୋଳ ମାର୍ଥପୋଖରୀ ହୁଡାରେ ନିର୍ମିତ ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ହଦଗଡ ବନାଞ୍ଚଳ ଅଧିକାରୀ ସୁମିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହାର ଉଦ୍‌ଘାଟନ କରିଥିଲେ । ମାନବ ସମାଜ ପାଇଁ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ବିକାଶମଞ୍ଚର ସଦସ୍ୟ ଓ ଗ୍ରାମବାସୀ ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବାସହ ବିକାଶ ମଞ୍ଚର ଏପରି ଅଭିନବ ଉଦ୍ୟମକୁ ଭୂୟସୀ ପ୍ରସଂଶା କରିଥିଲେ । ବନାଞ୍ଚଳ ଅଧିକାରୀଙ୍କ ସହ ବନପାଳ କେଦାର ପାତ୍ର ମଧ୍ୟ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୃଷିହଂ ଚରଣ ପଣ୍ଡା, ମୁରଲୀଧର ବେହେରା, ଶ୍ରୀକାନ୍ତ ରାଉତ, ଅଧିକାରୀ ନାୟକ, ଶ୍ରୀକାନ୍ତ ପଟ୍ଟନାୟକ ପ୍ର୍ରମୁଖ ଏଥିରେ ଅଂଶ ଗ୍ରହଣ କରି ଯୁବଗୋଷ୍ଠୀ ମାନଙ୍କୁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏଥିରେ ଉମାକାନ୍ତ ପଣ୍ଡା, ରଞ୍ଜନ କୁମାର ପଣ୍ଡା, ରାଜେନ୍ଦ୍ର ଜେନା, ଚିରଞ୍ଜିବୀ ନାୟକ, ରଶ୍ମୀରଞ୍ଜନ ମହାପାତ୍ର, ବଳରାମ ଜେନା, ଶିଶିର ଜେନା, ଇନ୍ଦ୍ରମଣୀ ଜେନା, ସରୋଜ ସୁଆର, ଟଙ୍କଧର ଜେନା, ଦୀନବନ୍ଧୁ ଜେନା ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ପଣ୍ଡିତ ଅରବିନ୍ଦ ପଣ୍ଡା ଭୁମୀ ପୂଜନ କରିବାସହଶ୍ରୀଫଳ ଭାଙ୍ଗି ଏହି ବନପ୍ରକଳ୍ପର ଶୁଭ ଦେଇଥିଲେ । ଏହି ପ୍ରକଳ୍ପରେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ରୋପଣ କରାଯିବା ସହିତ ଏକ ଜଂଗଲ ସୃଷ୍ଟି କରିବାର ଲକ୍ଷ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.