Home ଜିଲ୍ଲା ପରିକ୍ରମା ଶହୀଦ ଭାଗତ ସିଂ ଙ୍କ ୧୧୪ତମ ଜୟନ୍ତୀ ପାଳିତ

ଶହୀଦ ଭାଗତ ସିଂ ଙ୍କ ୧୧୪ତମ ଜୟନ୍ତୀ ପାଳିତ

28

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଶହୀଦ୍ ଭଗତ୍ ସେନା ପକ୍ଷରୁ ଶହୀଦ୍ ଭଗତ୍ ସିଂଙ୍କ ୧୧୪ ତମ ଜନ୍ମଜୟନ୍ତୀ ପାଳିତ ହୋଇଛି।ଏହି ପବିତ୍ର ଅବସରରେ ସଂଗଠନର ଯୁବ ସଦସ୍ୟମାନେ ସକାଳୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରିଥିଲେ। ଏହି ଅବସରରେ ନୂଆ ବସ ଷ୍ଟାଣ୍ଡ ନିକଟସ୍ଥ ଶ୍ରୀରାମ ମଣ୍ଡପ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଶହୀଦ୍ ଭଗତ୍ ସେନା ର ଆବାହକ ଶିତାଂଶୁ ଶେଖର ମହାପାତ୍ର, ଆଇନଜୀବୀ ମନୋଜ ରାୟ, ଅବସର ପ୍ରାପ୍ତ ସେନା ଅଧିକାରୀ ରୋହିତ ରାୟ ଏବଂ ଅବସର ପ୍ରାପ୍ତ ସେନା ଅଧିକାରୀ ଅଶୋକ ଲେଙ୍କା ଅତିଥି ରୂପେ ଯୋଗ ଦେଇ ଶହୀଦ୍ ଭଗତ୍ ସିଂଙ୍କ ସ୍ମୃତିଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶହୀଦ୍ ଭଗତ୍ ସେନାର ଯୁବ ସଦସ୍ୟ ଯୋଗ ଦେଇ ଭବିଷ୍ୟତରେ ସମାଜର ତୃଣମୂଳ ସ୍ତରରେ କିପରି ସଂଗଠନ ଆହୁରି ସୃଦୁଡ଼ ହେବ ସେଥିପାଇଁ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.