Home ଜିଲ୍ଲା ପରିକ୍ରମା ବରଗଡ଼ା ସେବା ସମବାୟ ସମିତି ସଂପାଦକଙ୍କୁ ବହିଷ୍କାର ଦାବି

ବରଗଡ଼ା ସେବା ସମବାୟ ସମିତି ସଂପାଦକଙ୍କୁ ବହିଷ୍କାର ଦାବି

36

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ଥ ଗୋବିନ୍ଦପୁର ବରଗଡ଼ା ସେବା ସମବାୟ ସମିତିର ସଂପାଦକଙ୍କ ବିରୁଦ୍ଧରେ ଗୁରୁତର ଦୁର୍ନୀତିର ଅଭିଯୋଗ ଆଣିଛନ୍ତି ଏହି ସମିତି ଅଧିନରେ ଥିବା ବହୁ ଚାଷୀ। ସଂପାଦକ ଅଶୋକ କୁମାର ବସନ୍ତିଆ ଚାଷୀଙ୍କୁ ଶୋଷଣ କରି ଚାଲିଛନ୍ତି। ସେ ବହୁ ଦୁର୍ନିତୀରେ ଲିପ୍ତ। ତେଣୁ ଭିଜିଲାନ୍ସ ତଦନ୍ତ କରାଯାଇ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ଦାବି ହୋଇଛି। ବିଶିଷ୍ଟ ଶ୍ରମିକ ନେତା ଚନ୍ଦ୍ରଶେଖର ନାୟକଙ୍କ ନେତୃତ୍ୱରେ ନରେନ୍ଦ୍ର ରାଉତ୍‌, ପ୍ରିୟକାନ୍ତ ରାଉତ୍‌, ଅଭୟ ଜେନା, ନରେନ୍ଦ୍ର ସାହୁ ପ୍ରମୁଖ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଶତାଧିକ ଚାଷୀଙ୍କ ସ୍ୱାକ୍ଷର ସମ୍ବଳିତ ଏହି ସ୍ମାରକପତ୍ର ଅନୁଯାୟୀ ଏହି ସମିତି କୋରୁଆ ଗ୍ରାମରେ ଅବସ୍ଥିତ। ୭ଟି ରାଜସ୍ୱ ଗ୍ରାମର ସହସ୍ରାଧିକ ଚାଷୀଙ୍କୁ ନେଇ ଏହି ସମିତି ଚାଲିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ସମିତି ଅଧିନରେ ୧୪ଶହ ଚାଷୀ ବିଭିନ୍ନ ପ୍ରକାର ଋଣ କରିଥିଲେ ମଧ୍ୟ ୪୫୦ ଚାଷୀ କେବେ କୌଣସି ଦିନ ସମିତିକୁ ଯାଇ ନାହାନ୍ତି କିମ୍ବା ଋଣ କରି ନାହାନ୍ତି। କିନ୍ତୁ ସଂପାଦକ ସମସ୍ତ ଚାଷୀଙ୍କ ଋଣ ବହି, ଚେକ୍ ବହି, ନିଜ ପାଖରେ ରଖି ମନଇଛା ମିଥ୍ୟା ଋଣ ଚଢ଼ାଉଛନ୍ତି। ଚାଷୀଙ୍କ ନାମରେ ପ୍ରାୟ ୩ କୋଟି ଟଙ୍କା ଋଣ ଅର୍ଥ ଆତ୍ମସାତ୍ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ତରନ୍ତ ଏହାର ଏକ ଭିଜିଲାନ୍ସସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ଯେଉଁ ୪୫୦ ଚଷୀ ଆଦୌ ଋଣ ନେଇ ନାହାନ୍ତି, ସେମାନେ କିପରି ଋଣୀ ହେଲେ ବୋଲି ପ୍ରଶ୍ନ କରିବା ସହ ସେମାନଙ୍କ ନାମରେ ୩କୋଟିରୁ ଉର୍ଦ୍ଧ୍ୱ ଋଣ ଅର୍ଥ ହଡ଼ପ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ତେଣୁ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏହି ସ୍ମାରକପତ୍ରର ନକଲ ସେମାନେ ମୁଖ୍ୟମନ୍ତ୍ରୀ, ସମବାୟ ବିଭାଗ, ୫ଟି ସଚିବ, ଭିଜିଲାନ୍ସ ଏସପି, ଏଆରସିଏସଙ୍କ ନିକଟରୁ ସେମାନେ ପ୍ରେରଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.