Home ଓଡ଼ିଶା ଶହୀଦ୍ ହୋଇଥିବା କୃଷକ ଯୋଦ୍ଧାମାନଙ୍କ ସ୍ମୃତିରେ ଭଦ୍ରକରେ ଶ୍ରଦ୍ଧାଞ୍ଜଳି

ଶହୀଦ୍ ହୋଇଥିବା କୃଷକ ଯୋଦ୍ଧାମାନଙ୍କ ସ୍ମୃତିରେ ଭଦ୍ରକରେ ଶ୍ରଦ୍ଧାଞ୍ଜଳି

48

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦିଲ୍ଲୀ ଚଲୋ ଆନ୍ଦୋଳନରେ ଶହୀଦ୍ ହୋଇଥିବା କୃଷକ ଯୋଦ୍ଧାମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଭଦ୍ରକର ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତ ସଂଯୁକ୍ତ ୍କୃଷକମୋର୍ଚ୍ଚା ପକ୍ଷରୁ ଭଦ୍ରକ ସହର ଉପକଣ୍ଠ ବସ୍ଷ୍ଟାଣ୍ଡଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ ହୋଇଯାଇଛି। କୃଷକ ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଅଖିଳ ଭାରତ କୃଷକ ମହାସଭାର ଜିଲ୍ଲାସଭାପତି ସଂଗ୍ରାମ ବଳ, ଅଖିଳ ଭାରତ କୃଷକ ସଭା ନିରଞ୍ଜନ ପାଣି ପ୍ରମୁଖ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ କୃଷି ବିରୋଧୀ ଆଇନ୍କୁ ତ୍ରୀବ ସମାଲୋଚନା କରିବା ସହିତ କୃଷିବିଲ୍କୁ ବାତିଲ କରିବା ଦାବିରେ ଦେଶ ତମାମ ୨୫ଦିନ ଧରି ଲକ୍ଷାଧିକ କୃଷକମାନେ ଆନ୍ଦୋଳନରେ ସାମିଲ ହୋଇ ଦିଲ୍ଲୀକୁ ଘେରାଉ କରି ରଖିଥିଲେ। ଏହି ଆନ୍ଦୋଳନରେ ୩୩ଜଣ କୃଷକନେତା ଶହୀଦ୍ ହୋଇଥିବାରୁ ସେମାନଙ୍କୁ ଶଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆଜି ଶଦୀଦ୍ ଦିବସ ପାଳନ ଅବସରରେ ଶହୀଦ୍ବେଦୀରେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ। ଅନ୍ୟ ସଂଗଠନ ଯଥା-ଏଆଇକେଏମ, ଏଆଇକେଏସ, ସିପିଆଇଏମ, ସିପିଆଇ(ଏମ୍ଏଲ୍)ଲିବରେସନର ମିଳିତ ଆନୁକୂଲ୍ୟରେ ଏହି ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା।ଶ୍ରମିକନେତା ଦିବ୍ୟସିଂହ ନାୟକ, ସମର ବଳ, ଗିରିଧାରୀ ନାଥ, ଜୟନ୍ତୀ ବିଶ୍ୱାଳ, ବିନୋଦ ସାହୁ, ତ୍ରିଲୋଚନ ପଣ୍ଡା, ରାମଚନ୍ଦ୍ର ଶଙ୍ଖୁଆ, ନବ ବେହେରା, କାଳନ୍ଦୀ ପାତ୍ର ପ୍ରମୁଖ ବକ୍ତବ୍ୟରେ ଆଦାନୀ ଆମ୍ବାନୀ ସପକ୍ଷରେ କୃଷକ ବିରୋଧୀ ମୋଦି ଆଣିଥିବା କୃଷିକଳା ଆଇନ୍କୁ ବାତିଲ କରିବାକୁ ଆହ୍ୱାନ୍ ଦେଇଥିଲେ। କୃଷିଶ୍ରମିକ ଭାଗଚାଷୀଙ୍କ ଜୀବିକା ଉଛେଦକାରୀ କଣ୍ଟାକ୍ ଫାମିର୍ଣ୍ଣି ଆଇନ୍, କୃଷକ ସର୍ବନାଶକାରୀ, କୃଷକ ଧ୍ୱଂସକାରୀ ଏବଂ କର୍ପୋରେଟ୍ ପାଇଁ ଜମି ହଡପକାରୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ବିରୋଧରେ ସାରା ଦେଶରେ ତମାମ୍ ଅଖିଳ ଭାରତ କୃଷକ ସଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଦାସ, ଜଗନ୍ନାଥ ବେହେରା, ଏସକେ କାଲୁ, ଏସକେ କମର, ସଂଜୟ ମହାନ୍ତି ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ କୃଷିବିଲ୍କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।କୃଷକ-କୃଷିବ୍ୟବସ୍ଥା ଧ୍ୱଂସର୍କାରୀ, କଣ୍ଟାକ୍ ଫାମିର୍ଣ୍ଣି, ଠିକାଚାଷ, ଚୁକ୍ତ୍ିବଦ୍ଧ ଚାଷ ଆଇନ୍ ୨୦୨୦କୁ ରଦ୍ଧ କରିବା, କୃଷକ ବିରୋଧୀ କୃଷି ଆଇନ୍କୁ ପ୍ରତ୍ୟାହାର କରିବା, ଜନବିରୋଧୀ ଏବଂ କୃଷକ ବିରୋଧୀ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ଆଇନ୍ ୨୦୨୦କୁ ରଦ୍ଧ କରିବା, ଖାଉଟି ଓ କୃଷକ ବିରୋଧୀ ଅତ୍ୟାବଶକ ସାମଗ୍ରୀ(ସଂଶୋଧନ ଆଇନ୍) ୨୦୨୦ ରଦ୍ଧ କରିବା, ସରକାରୀ ନିୟନ୍ତ୍ରିତ ମଣ୍ଡିବ୍ୟବସ୍ଥାକୁ ସୁଦୃଢ କରି ସମସ୍ତ କୃଷିଜାନ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ପ୍ରଦାନ ପାଇଁ ସୁନିଶ୍ଚିତ କରିବା, ଚାଷୀକୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା, ଧାନ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାରଟଙ୍କା ଧାର୍ଯ୍ୟ କରିବା, ପେଟ୍ରୋଲ, ଡିଜେଲ ଅହେତୁକ ଦରବୃଦ୍ଧି ରୋକାଯିବା ସହ ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦କୁ ରଦ୍ଦ କରିବା ଦାବିରେ ସଘର୍ଷ ସମନ୍ୱୟ ସମିତି ପକ୍ଷରୁ ଦାବି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.