Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ରକ୍ତଦାନ ଶିବିର

ଗାନ୍ଧୀ ବାଳାଶ୍ରମରେ ରକ୍ତଦାନ ଶିବିର

11

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗାନ୍ଧୀ ଓଡ଼ିଶା ଓ ନୂଆସାହି ଗ୍ରାମବାସୀଙ୍କ ସହଯୋଗରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସମ୍ପାଦକ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନ ଉତ୍ସବ ଆୟୋଜିତ ହୋଇଥିଲା। ତ୍ୟାଗଭୂମିର ସଭାପତି ଅଜୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ସାମ୍ମାନନୀୟ ଅତିଥି ଭାବେ ସମାଜସେବୀ ସୁଧାକର ରାଉତ, ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ, ଉର୍ଦ୍ଦୁ କବି ମୁସ୍ତାକ ଗହ୍ୱର, ପ୍ରାକ୍ତନ କାଉନସିଲର ସଞ୍ଜୟ ସାହୁ, ସମାଜସେବୀ ସେକ୍ ଜୁଲଫୁକର ଅହେମ୍ମଦ କାଦ୍ରୀ ଯୋଗ ଦେଇଥିଲେ। ଉତ୍ସବର ପ୍ରାରମ୍ଭରେ ସମ୍ପାଦକ ଶ୍ରୀଯୁକ୍ତ ଦାସ ରକ୍ତଦାନ ଶିବିରର ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ବାଳାଶ୍ରମର ଅଧୀକ୍ଷକ ହୃଷିକେଶ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ରକ୍ତଦାନ ଭଳି ମହତ କାର୍ଯ୍ୟ କରିବା ଦ୍ୱାରା ଯେ କେବଳ ପୂଣ୍ୟ ଅର୍ଜନ କରାଯାଏ ତାହା ନୁହେଁ, ଏହା ଦ୍ୱାରା ବହୁ ଜୀବନ ରକ୍ଷା ହୋଇ ପାରିବ। ପ୍ରତ୍ୟେକ ଲୋକ ଏହିଭଳି ମହତ କାର୍ଯ୍ୟ କରିବା ନିତାନ୍ତ ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଝରଣା ଦାସ, ନିକିତା ବର୍ମା, ଅରବିନ୍ଦ ସେଠୀ, ନିରଞ୍ଜନ ନାୟକ, ସୌମ୍ୟ ରଞ୍ଜନ ଦାସ, ତଥାଗତ ଜେନା, ଶ୍ରୀକାନ୍ତ ବିଶ୍ୱାଳ, ଚନ୍ଦନ ସାହୁ, ପ୍ରଜ୍ଞାଶ୍ରୀ ଦାସ, ରାଜେଶ ମୋହିନୀ, ଅର୍ଫାନ୍ ଖାଁ, ସେର୍ ଅଲ୍ଲୀ ଖାଁ, ଆସିଫ୍ ଖାଁ, ଅବିନାଶ ମହାନ୍ତି, ଅନନ୍ତ ସାହୁ, ଅଧୀବକ୍ତା ବିଶ୍ୱରଞ୍ଜନ ଦାସ, ବିଭୁଦତ୍ତ ଦାସ, ସତ୍ୟଦୀପ ସାହୁ, ପ୍ରଭୁଦତ୍ତ ନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଏହି ଶିବିରରେ ଭଦ୍ରକ ବ୍ଳଡ ବ୍ୟାଙ୍କ ପକ୍ଷରୁ ଡାକ୍ତର ବିମଳା ମିଶ୍ର ଯୋଗ ଦେଇ ସହକର୍ମୀଙ୍କ ସହ ରକ୍ତ ସଂଗ୍ରହ କରିଥିଲେ। ମୋଟ ୫୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.