Home ଓଡ଼ିଶା ଖୋଲିଲା ଧାନକିଣା ମଣ୍ଡି

ଖୋଲିଲା ଧାନକିଣା ମଣ୍ଡି

26

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାରୀ ଦରରେ ଚାଷୀଙ୍କ ଠାରୁ ସରକାର ସିଧା ସଳଖ ପାକ୍ସ, ସ୍ୱୟଂ ସହାୟକ ଗୋଷ୍ଠୀ, ସେବା ସମବାୟ ଜରିଆରେ ଧାନ କ୍ରୟ କରୁଛନ୍ତି। ଯାହା ଦ୍ୱାରା ଚାଷୀ ତାର ଧାନର ଉପଯୁକ୍ତ ମୂଲ୍ୟ ପାଇବ। ଏଥିଲାଗି ଚାଷୀମାନେ ଅନ୍ଲାଇନ ଯୋଗେ ନାମ ପଞ୍ଜିକରଣ କରି ଟୋକନ ହାସଲ କରିଛନ୍ତି। ଚାଷୀଙ୍କ ଠାରୁ ସରକାର ସିଧାସଳଖ ଧାନ କ୍ରୟ କରିବାକୁ ପ୍ରତିଶୃତିବଦ୍ଧ। ବାହାର ଦଲାଲଙ୍କୁ ତରବରିଆ ଭାବେ ଧାନ ବିକ୍ରି ନ କରି ସରକାରୀ ଧାର୍ଯ୍ୟ ଦରରେ ସରକାରୀ ମଣ୍ଡିରେ ଧାନ ବିକିବାକୁ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଳ୍ଲିକ ପ୍ରମୁଖ କହିଛନ୍ତି। ଆଜି ଭଦ୍ରକ ବ୍ଳକ ଅର୍ଣ୍ଣପାଳ ପଞ୍ଚାୟତରେ ସରକାରୀ ଦରରେ ଧାନ କ୍ରୟ ପାଇଁ ମଣ୍ଡିର ଉଦ୍ଘାଟନ ହୋଇ ଯାଇଛି। ଜିଲ୍ଲାର ମୋଟ ୯୮ଟି ପାକ୍ସ ଓ ୫୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୨୦୨୦-୨୧ ବର୍ଷ ପାଇଁ ଆଜିଠାରୁ ଧାନ କିଣିବା ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀମତୀ ମଣ୍ଡଳ, ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ମଳୟ ଜେନା, ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଚାନ୍ଦବାଲି ଆର୍.ଏମ୍.ସି. ଓ ଭଦ୍ରକ ଆର୍.ଏମ୍.ସି.ର ସମ୍ପାଦକ, ସରପଞ୍ଚ ଅର୍ଣ୍ଣପାଳ, ସରପଞ୍ଚ ବିଷ୍ଣୁପୁରବିନ୍ଧା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.