Home ଜିଲ୍ଲା ପରିକ୍ରମା ଶହୀଦ୍ ମିନାରରେ ଶହୀଦ୍ ଦିବସ ପାଳିତ

ଶହୀଦ୍ ମିନାରରେ ଶହୀଦ୍ ଦିବସ ପାଳିତ

18

ନବରଙ୍ଗପୁର ୨୪-୮ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ପାପଡାହାଣ୍ଡି ଶହୀଦ ମିନାର ଠାରେ ଶହୀଦ ଦିବସ ପାଳିତ ହୋଇଜାଇଛି! ନବରଙ୍ଗପୁର ଶାସ୍ତ୍ରୀ ଭବନରୁ ଶହୀଦ ମଶାଲ ଆସି ଟୁରୀ ନଦୀ ନିକଟରେ ପହଁଚିଥିଲା। ଏହି ଶହୀଦ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ନବରଙ୍ଗପୁର ଏସପି ଏସ ସୁଶ୍ରୀ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଶହୀଦ ସଙ୍ଘ ସଭାପତି ମୁନା ତ୍ରିପାଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଲିପିକା ବାରୋଇ ପ୍ରମୁଖ ଉପସ୍ଥିତ ରହି ଶହୀଦ ମାନଙ୍କୁ ସମ୍ମାନ ଜଣାଇବା ସହ ତାଙ୍କର ଜୀବନୀ ଏବଂ ଦେଶ ପାଇଁ ବଳିଦାନ ସମ୍ପର୍କ ରେ କହିଥିଲେ। ପରେ ଶହୀଦ ପରିବାର ୨୯ ଜଣ ଦାୟାଦ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ୍ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅଗଷ୍ଟ ୨୪ ତାରିଖ ଶହୀଦ ଦିବସ ରେ ନବରଙ୍ଗପୁର ଜିଲ୍ଲା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.