Home କେନ୍ଦ୍ରାପଡ଼ା ରାଇଡ୍ ପକ୍ଷରୁ ଜମାକାରୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାଇଡ୍ ପକ୍ଷରୁ ଜମାକାରୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

21

କେନ୍ଦ୍ରାପଡ଼ା, ୨୪ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ(ଏସଇବିଆଇ) ଏବଂ ଅଭ୍ୟୁତଥାନ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ(ଏଏଫସିଟି)ର ମିଳିତ ଆନୁକୂଲ୍ୟରେ ଏକ ଜମାକାରୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅଭ୍ୟୁତଥାନ ଫାଉଣ୍ଡେସନ ଚିରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଦାଶରଥି ମିଶ୍ରଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ଜିଲ୍ଲାର ପସ୍ତା- କୁହୁଡି ଗ୍ରାମରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ୬୫ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ସଭ୍ୟାଙ୍କ ସମେତ ସେହି ଅଞ୍ଚଳର ପ୍ରମୁଖ ବ୍ୟକ୍ତିମାନେ ଯୋଗଦେଇଥିଲେ। ଏଏଫସିଟିର ଅଧ୍ୟକ୍ଷ ଶ୍ରୀ ମିଶ୍ର ସୁରକ୍ଷିତ ଓ ଡିଜିଟାଲ ବ୍ୟାଙ୍କିଂ ଉପରେ ଗୁରୁତ୍ୱାରୋପ କରିବା ସହ ବ୍ୟାଙ୍କ କାରବାର ସମ୍ପର୍କିତ ସନ୍ଦେହ ସବୁକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ। ସ୍ୱେଛାସେବୀ ଅନୁଷ୍ଠାନ ରାଇଡ୍‌ର ମୁଖ୍ୟ କିଶୋର କୁମାର ସାହୁ ସମବେତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ସଭ୍ୟା ଓ ଜମାକାରୀମାନଙ୍କୁ ବ୍ୟାଙ୍କ କାରବାରରେ ସାବଧାନତା ଅବଲମ୍ବନ କରିବା ଓ ସମାଜର ଉନ୍ନତିରେ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ଅଧିକାରୀ ଦେବରାଜ ମିଶ୍ର ଏବଂ ଅବସରପ୍ରାପ୍ତ ମୁଖ୍ୟ ପରିଚାଳକ ପି.କେ.ସ୍ୱାଇଁ ଯୋଗଦେଇ କହିଥିଲେ ଯେ ଗ୍ରାହକମାନେ ଏ.ଟି.ଏମ. କାର୍ଡ ଏବଂ ୟୁପିଆଇ(ୟୁନାଇଟେଡ ପେମେଣ୍ଟ ଇଣ୍ଟରଫେସ) ବ୍ୟବହାର କରି ତ୍ୱରିତ ଏବଂ ସୁରକ୍ଷିତ କାରବାର କରିବା ଆବଶ୍ୟକ। ବଳକା ଅର୍ଥକୁ ଠକ ଚିଟଫଣ୍ଡରେ ଜମା ନକରି ସେବି ନିର୍ଦେଶାବଳୀ ଅବଲମ୍ବନ କରି ସୁରକ୍ଷିତ ନିବେଶ କରିବାକୁ ପରାମର୍ଶ ଦେଇଥିଲେ। ସାମାଜିକ ସୁରକ୍ଷା ବୀମା, ପିଏମଏସବିୱାଇ, ପିଏମଜିଜିବିୱାଇ ଓ ଅଟ୍ଟଳ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ସହ ସୁକନ୍ୟା ସମୃଦ୍ଧି ଯୋଜନାରେ ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ଅଗ୍ରଣୀ ପ୍ରବନ୍ଧକ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ମଳୟ କୁମାର ମିତ୍ର ବ୍ୟାଙ୍କ ଋଣର ସଦୁପଯୋଗ କରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ। ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.