Home ଜିଲ୍ଲା ପରିକ୍ରମା ଶଯ୍ୟାସାୟୀ ମହିଳାଙ୍କୁ କାମୁଡିଲା ସାପ, ଗୁରୁତର ଅବସ୍ଥାରେ ଚିକିତ୍ସାଧିନ

ଶଯ୍ୟାସାୟୀ ମହିଳାଙ୍କୁ କାମୁଡିଲା ସାପ, ଗୁରୁତର ଅବସ୍ଥାରେ ଚିକିତ୍ସାଧିନ

51

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ଗାହାଣସାହିର ମଞ୍ଜୁଲତା ଶିଅଳ(୫୫)ଙ୍କୁ ଆଜି ସକାଳେ ବିଷଧର ସାପ କାମୁଡି ଥିବା ଜଣାଯାଇଛି । ପକ୍ଷାଘାତ ରୋଗରେ ଆକ୍ରାନ୍ତ ମଞ୍ଜୁଲତା ଶଯ୍ୟାସାୟୀ ଥିଲେ । ସକାଳ ପ୍ରାୟ ୮.୩୦ମି. ସମୟରେ ଗୋଟିଏ ରଣା ସାପ ଅନ୍ୟ ଏକ ଚିତି ସାପ ସହ ଗୋଡାଗୋଡି ହୋଇ ମଞ୍ଜୁଲତାଙ୍କ ପିନ୍ଧାଲୁଗା ଭିତରେ ପଶି ଦୁଇଗୋଡକୁ ଚାରି ପାଞ୍ଚ ଜାଗା କାମୁଡି ଦେଇଥିଲେ । ମଞ୍ଜୁଲତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ସାହସର ସହ ସାପ ଦୁଇଟିକୁ କାବୁ କରି ଭିନ୍ନ ଭିନ୍ନ ଦୁଇଟି ଡବାରେ ଭରି ମଞ୍ଜୁଲତାଙ୍କ ନେଇ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ମଞ୍ଜୁଲତାଙ୍କୁ କଟକ ରେଫର କରି ଦିଆଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.