Home କେନ୍ଦୁଝର ଶମ୍ବୁନାଥ ରାଉତଙ୍କୁ ସମ୍ବର୍ଦ୍ଧନା

ଶମ୍ବୁନାଥ ରାଉତଙ୍କୁ ସମ୍ବର୍ଦ୍ଧନା

45

ହାଟଡ଼ିହି,୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ତୁଳସୀ ଦୁଇପତ୍ରରୁ ବାସିବାପରେ ପିଲାଦିନରୁ ସମାଜସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି ଡ.ଶମ୍ବୁନାଥ ରାଉତ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିବାବେଳେ ସାହିତ୍ୟ ଓ ସମାଜସେବାକୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି । ଜଗତସିଂପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀରୁ ଅବସର ଗ୍ରହଣ କରିବାପରେ ନିଜକୁ ପୁର୍ଣ୍ଣକାଳୀନ ସମାଜସେବାରେ ନିୟୋଜିତ କରିବାର ସପଥ ନେଇଛନ୍ତି । ଅବସର ପରେ ବିଭିନ୍ନ ସମାଜିକ ସଂଗଠନ, ସାହିତ୍ୟ ସଂସଦ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି । ଆଜି ମା ତାରିଣୀ କଳାକର ପରିଷଦ ହାଟଡିହି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଭାପତି ଅନାଦି ଚରଣ କବି, ସମ୍ପାଦକ ରୋହିତ କୁମାର ପୃଷ୍ଟି, ମୁଖ୍ୟ ଉପଦ୍ଦେଷ୍ଟା ବାବାଜି ଚରଣ ଜେନା, ସହ ସମ୍ପାଦକ ରମାକାନ୍ତ ଶଙ୍ଖୁଆ, ନାରାୟଣ ଜେନା, ବାସନ୍ତୀ ଜେନାଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇବା ସହିତ ତାଙ୍କର ଭବିଷ୍ୟତ ଜୀବନ ଶୁଖମୟ ହେଉ ବୋଲି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.