Home କେନ୍ଦୁଝର କେନ୍ଦୁଝର ବଞ୍ଚାଅ ମଞ୍ଚ ପକ୍ଷରୁ ବନମହୋତ୍ସବ

କେନ୍ଦୁଝର ବଞ୍ଚାଅ ମଞ୍ଚ ପକ୍ଷରୁ ବନମହୋତ୍ସବ

143

ହାଟଡ଼ିହି,୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ବଞ୍ଚାଅ ମଞ୍ଚ ଓ ଗ୍ରୀନ ଓଡିଶା ଉଦ୍ୟମରେ ହଦଗଡ ବନାଞ୍ଚଳ ଅଧିକାରୀଙ୍କ ସହଯୋଗରେ କୁରାଢ଼ିଘସା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ପ୍ରକୃତିବନ୍ଧୁ ଶିକ୍ଷକ ବିଶ୍ୱରଞ୍ଜନ ବେହେରା ଦେଶକୁ ସୁଜଳା, ସୁଫଳା, ଶସ୍ୟ ଶ୍ୟାମଳା କରିବାପାଇଁ ବୃକ୍ଷରୋପଣ ଜରୁରୀ ବୋଲି ଆହ୍ୱାନ ଦେଇଥିଲେ । ସୁଷମ ଖାଦ୍ୟ, ସ୍ୱଚ୍ଛଜଳ, ପ୍ରଦ୍ୟୁଷଣ ମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ହିଁ ପୁରଣ କରିଥାଏ ବୋଲି ମତବ୍ୟକ୍ତ କରିବା ସହିତ ବିଦ୍ୟାଳୟ ମାନଙ୍କରେ ବନମହୋତ୍ସବ ପାଳନ ଦ୍ୱାରା ଛାତ୍ରଛାତ୍ରୀ ମାନେ ଏହାକୁ ଅନୁକରଣ କରି ଶିକ୍ଷାଲାଭ କରିବେ ବୋଲି କହିଥିଲେ । ହଦଗଡ ବନାଞ୍ଚଳ ଅଧିକାରୀ ସୁମିତ କୁମାର ମହାନ୍ତି, ବନପାଳ କେଦାର ପାତ୍ର ଚାରା ଯୋଗାଇବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ସ୍କୁଲ ଓ ଅଙ୍ଗନବାଡି ପରିସରରେ ବୃକ୍ଷ ରୋପଣ କରାଯିବା ସହିତ ଲୋକମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ବେହେରା, ସିଦ୍ଧେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସୁବାସିନି ବେହେରା, ସମ୍ପାଦିକା ଦିପ୍ତୀମୟୀ ବେହେରାଙ୍କ ସହ ଗୋଷ୍ଠୀର ଅନ୍ୟସଦସ୍ୟ ମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.