Home ଓଡ଼ିଶା ମିଳୁନି କରୋନା ଜନିତ ମୃତ୍ୟୁ ପ୍ରମାଣପତ୍ର ବୋଲି ଅଭିଯୋଗ

ମିଳୁନି କରୋନା ଜନିତ ମୃତ୍ୟୁ ପ୍ରମାଣପତ୍ର ବୋଲି ଅଭିଯୋଗ

164

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୭- ଭାରତ ର ସର୍ବୋଚ୍ଚ ଅଦାଲତ କରୋନା ଜନିତ ମୃତ ବ୍ୟକ୍ତି ଙ୍କ ପରିବାର କୁ କ୍ଷତି ପୂରଣ ଦେବା ପାଇଁ ସବୁ ରାଜ୍ୟ କୁ ନିର୍ଦେଶ ଦେଇଛନ୍ତି । ହେଲେ ରିପୋର୍ଟ ରେ ତାଳମେଳ ରହୁନଥିବା ଅଭିଯୋଗ ହେଉଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ । ଅଭିଯୋଗ ଅନୁଯାଇ ନୟାଗଡ ଜିଲ୍ଲା ରଣପୁର ତହସିଲ ଲୋଧାଚୁଆ ଗ୍ରାମ ର ରଘୁନାଥ ନାୟକ(୭୩) ମେ ୨୩ ତାରିଖ ରେ କରୋନା ପରିକ୍ଷଣ ପରେ କରୋନା ସଂକ୍ରମିତ ବୋଲି ରିପୋର୍ଟ ଆସିଲା । ତେଣୁ ତାଙ୍କୁ ଗୃହ ରେ ଅଲଗା କରି ରହିବା ପାଇଁ ସନ୍ଦେଶ ମୋବାଇଲ ଯୋଗେ ଜଣାଇ ଦିଆଗଲା । ସ୍ୱାସ୍ଥ୍ୟ କର୍ମୀ ତାଙ୍କୁ କରୋନା ଜନିତ ଔଷଧ ପ୍ରଦାନ କଲେ । କିନ୍ତୁ ମେ ୧୪ ତାରିଖ ରେ ରଘୁନାଥ ନାୟକ ଙ୍କର ଅବସ୍ତା ସଂକଟାପର୍ଣ୍ଣ ହେବାରୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତା ପରେ ତାଙ୍କ ମୃତ ଦେହ କୁ ପରିବାର ବର୍ଗ ଙ୍କୁ ଛୁଇଁବା କୁ ଦିଆଯାଇ ନଥିଲା । ସରକାରୀ କୋଭିଡ୍ ନିୟମ ଅନୁଯାୟୀ ନୟାଗଡ ରେ ସରକାରୀ ଭାବେ ଶବ ସଂସ୍କାର କରାଯାଇଥିଲା । କିନ୍ତୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ମିଳିଥିବା ମୃତ୍ୟୁ ପ୍ରମାଣପତ୍ର ରେ କରୋନା ଜନିତ ମୃତ୍ୟୁ ବୋଲି କୈାଣସି କଥା ଉଲ୍ଲେଖ ନଥିବା ଅଭିଯୋଗ ହେଉଛି ।

ପରିବାର ବର୍ଗ ଅଭିଯୋଗ କରନ୍ତି ମୃତ୍ୟୁ ପ୍ରମାଣପତ୍ର ରେ କରୋନା ଜନିତ ମୃତ୍ୟୁ ବୋଲି ପ୍ରମାଣ ନଥିବା ରୁ ସେମାନେ ସରକାରୀ ସହାୟତା କିପରି ପାଇବେ ? ଏ ସର୍ମ୍ପକେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ବୈଦ୍ୟନାଥ ନନ୍ଦ ଙ୍କ ସହ ଯୋଗାଯୋଗ କରିବା ରେ କୁହନ୍ତି କରୋନା ଜନିତ ମୃତ୍ୟୁ ସର୍ମ୍ପକ ରେ କେବଳ ନୟାଗଡ ଜିଲ୍ଲା ମୁକ୍ୟ ଚିକିତ୍ସା ଅଧିକାରୀ ସୂଚନା ପ୍ରଦାନ କରିବେ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମୃତ୍ୟୁ ପ୍ରମାଣପତ୍ର ରେ କରୋନା ଜନିତ ମୃତ୍ୟୁ ବୋଲି କୈାଣସି ସୂଚନା ରହିବ ନାହିଁ । କିନ୍ତୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ମୃତ ବ୍ୟକ୍ତି ଙ୍କ ଶବ ସଂସ୍କାର ପାଇଁ ପଠାଯାଇଥିବା ବିବୃତି କୁ ଆମ୍ଭେ ରାଜ୍ୟ ମୁଖ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଭୂବନେଶ୍ୱର କୁ ପଠାଇବୁ । ଭୁବନେଶ୍ୱର ରେ ତାହାର ସତ୍ୟାସତ ପରିକ୍ଷା କରି କରୋନା ଜନିତ ମୃତ୍ୟୁ କି ନୁହେଁ ତାହାର ବିବୃତି ଆସିବା ପରେ କରୋନା ଜନିତ ମୃତ୍ୟୁ ବୋଲି ଘୋଷଣା କରାଯିବ । ସେହି ତାଲିକା ରେ ରଘୁନାଥ ନାୟକ ଙ୍କ ନାମ ରହିଥିଲେ ତାଙ୍କ ପରିବାର କୁ କରୋନା ଜନିତ ସହାୟତା ପ୍ରଦାନ କରାଯିବ । ତେଣୁ କରୋନା ଜନିତ ମୃତ୍ୟୁ ରେ ତାଳମେଳ ରହୁନଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.